ମନୋରଞ୍ଜନ

ଜନ୍ମଦିନରେ ପ୍ରଶଂସକଙ୍କୁ ସପ୍ରାଇଜ୍ ଦେଲେ ବାବୁଶାନ୍ , ଘୋଷଣା କଲେ ନୂଆ ସିନେମା…

ଓଡ଼ିଆ ଚଳଚ୍ଚିତ୍ରର ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ଜନ୍ମଦିନ ଅବସରରେ ତାଙ୍କ ଆଗାମୀ ଚଳଚିତ୍ରର ଶୀର୍ଷକ ଘୋଷଣା ହୋଇଯାଇଛି। ବାବୁସାନଙ୍କ ଅସଂଖ୍ୟ ପ୍ରଶଂସକ , ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ନିର୍ମାତା ନିର୍ଦ୍ଦେଶକ, କଳାକାର ଓ ଟେକ୍ନିସିଆନ, ଓ ଶୁଭେଚ୍ଛୁ ମାନେ ଯୋଗ ଦେଇ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ। ଫାୟର ଷ୍ଟେସନ ଛକ ନିକଟସ୍ଥ ଆଦିଲକ୍ଷ୍ମୀ କନଭେନସନ୍ ଠାରେ ପ୍ରଯୋଜନା ସଂସ୍ଥା ଗୁର୍ଭି ମିଡିଆ ପକ୍ଷରୁ ବାବୁସାନଙ୍କ ଜନ୍ମଦିନ ବଡ଼ ଧୁମ୍ ଧାମରେ ପାଳନ କରାଯାଇଛି। ଏହି ଅବସରରେ ତାଙ୍କର ଆଗାମୀ ଚଳଚିତ୍ରର ଶୀର୍ଷକ ଘୋଷଣା ହୋଇଯାଇଛି । ଦଶହରାରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ସୋନକ’ ।

ସରଗମ୍ ତ୍ରିପାଠୀଙ୍କ ପ୍ରଯୋଜିତ ତଥା ଶିଶିର କୁମାର ସାହୁ ଓ ପିନାକୀ ସିଂଙ୍କ ନିର୍ଦ୍ଦେଶିତ ସୋନକର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ । କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ବିଶ୍ବଭୂଷଣ ମହାପାତ୍ର । ସିନେମାଟୋଗ୍ରାଫର ଅଛନ୍ତି ବିଭୂତି ଭୂଷଣ ବିଶ୍ୱାଳ । ଚିତ୍ରନାଟ୍ୟ ଲେଖିଛନ୍ତି ଅମିତ୍ କୁମାର ଦାଶ ଓ ଅନିଲ ବାରିକ ଲେଖିଥିବା ବେଳେ ସଂଳାପ ରଚନା କରିଛନ୍ତି ପ୍ରଣବ ପ୍ରସନ୍ନ ରଥ। ବିଜିଏମ୍ ଦାୟିତ୍ଵରେ ଅଛନ୍ତି ଜେରି ସିଲଭରଷ୍ଟାର ଭିନସେଣ୍ଟ । ସାଉଣ୍ଡ ଡିଜାଇନର ଭାବେ ଜିତାମିତ୍ର ଜେନା, ସମ୍ପାଦନରେ ଅଛନ୍ତି ରଶ୍ମି ରଞ୍ଜନ ଦାସ । କ୍ରିଏଟିଭ ହେଡ ଅଛନ୍ତି ପୂପୁନ ଜେନା। ଲାଇନ୍ ପ୍ରଡ୍ୟୁସର ଅଛନ୍ତି ସମ୍ବିତ ଜେନା।

ନାୟକ ଭୂମିକାରେ ଆପଣଙ୍କ ପ୍ରିୟ ସୁପରଷ୍ଟାର ବାବୁଶାନ୍ ଥିବା ବେଳେ ନାୟିକା ଭୂମିକାରେ ଜଣେ ନବାଗତାଙ୍କୁ ଦେଖିବାକୁ ମିଳିବ। ଅନ୍ୟାନ୍ୟ ଚରିତ୍ର ରେ ଅଛନ୍ତି ଦ୍ଵିପାନ୍ଵିତ ଦାସ ମହାପାତ୍ର, ରବି ମିଶ୍ର, ବବି ମିଶ୍ର, କେକେ, ଚୌଧୁରୀ ଜୟ ପ୍ରକାଶ ଦାସ ଓ ଭାସ୍ଵତୀ ବସୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button