ମନୋରଞ୍ଜନ

ଆଶ୍ଚର୍ଯ୍ୟ କରିବ ବାଦଶାହ ଶାହରୁଖଙ୍କ ମୋଟ ସମ୍ପତ୍ତି ମୂଲ୍ୟ – Kalinga News

[ad_1]

ମୁମ୍ବାଇ: ଡିସେମ୍ବର ୨୧ରେ ମୁକ୍ତିଲାଭ କରିଥିଲା ବାଦଶାହ ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡଙ୍କି’। ଫିଲ୍ମର ଟିଜର ଓ ଟ୍ରେଲର ଦର୍ଶକଙ୍କ ଉତ୍ସାହ ବଢ଼ାଇଥିବା ବେ‌ଳେ ମୁକ୍ତିଲାଭ ପରେ ଶାହରୁଖଙ୍କ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଯଦି ଆମେ ୨୦୨୩ବର୍ଷକୁ ଦେଖିବା, ତେବେ ଶାହରୁଖଙ୍କ ୩ଟି ଫିଲ୍ମ ‘ପଠାନ୍’, ‘ଯବାନ’ ଓ ‘ଡଙ୍କି’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ଗତ କିଛି ବର୍ଷ ବ୍ୟବଧାନରେ ଶାହରୁଖ ପରଦାକୁ ଫେରିବା ପରେ ତାଙ୍କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା।

ତେବେ ୨୦୨୩ରେ ବକ୍ସ ଅଫିସ କିଙ୍ଗ ପାଲଟିଥିବା ଶାହରୁଖଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି କି? କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରିବା ସହ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି ଶାହରୁଖ। ଯଦି ଆମେ ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ବିଶ୍ବାସ କରିବା ତେବେ ଶାହରୁଖ ଏବେ ମୋଟ ୬,୩୦୦କୋଟି ଟଙ୍କାର ମାଲିକ ଅଟନ୍ତି। ଶାହରୁଖ ଏପର୍ଯ୍ୟନ୍ତ ୯୦ଟି ଫିଲ୍ମରେ କାମ କରି ସାରିଥିବା ବେଳେ ତାଙ୍କୁ ୧୪ଟି ଫିଲ୍ମ ଫେୟାର ଆୱାର୍ଡ ମିଳିସାରିଛି। ଫିଲ୍ମ ବ୍ୟତୀତ, ବିଭିନ୍ନ ବ୍ୟବସାୟରେ ନିବେଶ କରି ଓ ବିଜ୍ଞାପନରେ କାମ କରି ଶାହରୁଖ ଟଙ୍କା ଆୟ କରିଥାନ୍ତି।

ଯଦି ଶାହରୁଖଙ୍କ ବ୍ୟକ୍ତିଗତ ଜୀବନକୁ ଦେଖିବା ତେବେ ତାଙ୍କ ଝିଅ ସୁହାନା ଖାନ୍ ‘ଆର୍ଚିଜ୍’ ମାଧ୍ୟମରେ ଅଭିନୟରେ ଡେବ୍ୟୁ କରିସାରିଥିବା ବେଳେ ପୁଅ ଆରୟନ ଏବେ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହା ସହ ତାଙ୍କ ସାନ ପୁଅ ଅବରାମ ଖାନ୍ ଏବେ ସ୍କୁଲ ଯାଉଥିବା ଜଣାପଡ଼ିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button