ଜନ୍ମଦିନରେ ପୁଅ ପାଇଁ ଭାବୁକ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଭିଡିଓ ପୋଷ୍ଟ କରି ଜଣାଇଲେ ଶୁଭେଚ୍ଛା

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ସିରିଜ ଖେଳୁଛନ୍ତି । ଆଇସିସି ଟି୨୦ ବିଶ୍ୱକପ ଜିତିବା ପରେ ଭାରତ ଫେରି ଛାଡପତ୍ର ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଥିଲେ । ୧୮ ଜୁଲାଇରେ ହାର୍ଦ୍ଦିକ ଏବଂ ନତାଶା ଅଲଗା ହେବା ସୂଚନା ସୋସିଆଲ ମିଡିଆରେ ଦେଇଥିଲେ । ହେଲେ ଆଜି ହାର୍ଦ୍ଦିକଙ୍କ ପୁଅ ଅଗସ୍ତ୍ୟଙ୍କ ଜନ୍ମଦିନ ।
ଯାହାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି ହାର୍ଦ୍ଦିକ ।
ହାର୍ଦ୍ଦିକ ପୋଷ୍ଟରେ ଅଗସ୍ତ୍ୟ ସହିତ ଏକ ଭିଡିଓ ସେୟାର କରି ଖାସ୍ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ତୁମେ ମୋତେ ପ୍ରତ୍ୟେକ ଦିନ ଆଗକୁ ବଢିବାକୁ ସାହସ ଦେଉଛ । ମୋର ପ୍ରତ୍ୟେକଟି ଭଲ ଏବଂ ଖରାପ ଜିନିଷ ସହିତ ତୁମକୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ମୋ ହୃଦୟ, ମୋ ଅଗସ୍ତ୍ୟ, ମୁଁ ତୁମକୁ କେତେ ଭଲ ପାଉଛି, ତାହା ଶବ୍ଦରେ କହିବା ବହୁତ ମୁସ୍କିଲ ।
ହାର୍ଦ୍ଦିକଙ୍କ ଲାଇଫରେ ଗତ କିଛିଦିନ ହେଲାଣି ବହୁତ ମୁସ୍କିଲରେ ଚାଲିଛି । ଆଇପିଏଲ ୨୦୨୪ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବା ପରେ ଟ୍ରୋଲିଂର ଶିକାର ହୋଇଥିଲେ । ତାଙ୍କ ଫ୍ୟାନ୍ ଫଲୋଇଂ କମିଥିଲା । ରୋହିତ ଶର୍ମାଙ୍କ ଫ୍ୟାନ୍ସ ତାଙ୍କୁ ଅନେକ କମେଣ୍ଟ କରିଥିଲେ । ଏହାପରେ ଛାଡପତ୍ର ଖବର ସାମ୍ନାକୁ ଆସିଥିଲା ।
ଜୁଲାଇ ୧୮ରେ ହାର୍ଦ୍ଦିକ ଏବଂ ନତାଶା ପରସ୍ପର ଠାରୁ ଅଲଗା ହେବା ବିଷୟରେ ସୂଚନା ଦେଇଥିଲେ । ପୁଅକୁ ନେଇ ନତାଶା ସର୍ବିୟା ଚାଲିଯାଇଥିବା ବେଳେ ହାର୍ଦ୍ଦିକ ଏବେ ଏକା ରହୁଛନ୍ତି । ହେଲେ ଆଜି ପୁଅ ଜନ୍ମଦିନରେ ଭାବୁକ ହୋଇଛନ୍ତି ହାର୍ଦ୍ଦିକ ।