ସ୍ୱାସ୍ଥ୍ୟ

୧୦୦୦ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା : ଖୋର୍ଦ୍ଧାରେ ସର୍ବାଧିକ ୨୯୦ ଜଣ, ଖୁବଶୀଘ୍ର ଭାରତକୁ ମିଳିବ ଡେଙ୍ଗୁ ଭ୍ୟାକସିନ

ଭୁବନେଶ୍ୱର : ୧୦୦୦ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବର୍ଷ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୦୭୬ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ବର୍ଷ ଏପର୍ଯ୍ୟନ୍ତ ଅର୍ଥାତ ଜୁଲାଇ ଶେଷ ସୁଦ୍ଧା ୬୬୦ ରୋଗୀ ଚିହ୍ନଟ ହୋଇଥିବେଳେ ଚଳିତ ବର୍ଷ ହଜାରେ ଟପିଛି ରୋଗୀଙ୍କ ସଂଖ୍ୟା । ଏ ମଧ୍ୟରୁ ଖୋର୍ଦ୍ଧାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୨୯୦ ଜଣ ରୋଗୀ ।

ଯାହାମଧ୍ୟରେ ଭୁବନେଶ୍ବରର ୨୦୦ ରୁ ଅଧିକ ରୋଗୀ ଅଛନ୍ତି ।

ଦ୍ବିତୀୟରେ ରହିଛି ସୁନ୍ଦରଗଡ଼, ଯେଉଁଠି ୨୧୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ରାଉଲକେଲା ସମସ୍ୟା ଅଧିକ ରହିଥିବାରୁ ଏହା ଉପରେ ସ୍ଵତନ୍ତ୍ର ଭାବେ ଧ୍ୟାନ ଦିଆଯାଇଛି । ଟେଷ୍ଟିଂ ଅଧିକ ହେଉଥିବାରୁ ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି । ପୂର୍ବ ବର୍ଷ ତୁଳନାରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏପଟେ ଆଶ୍ବସ୍ତି ଆଣିବ ଡେଙ୍ଗୁ ଭ୍ୟାକସିନ । ଖୁବଶୀଘ୍ର ଭାରତକୁ ମିଳିବ ଡେଙ୍ଗୁ ଭ୍ୟାକସିନ ।

ଅଗଷ୍ଟ ପହିଲାରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ପେନୋସିଆ ବାୟୋଟେକର ମିଳିତ ଉଦ୍ୟମରେ ପ୍ରସ୍ତୁତ ଭ୍ୟାକସିନର ଭାରତରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମଞ୍ଜୁରୀ ଦେଇଛି ଇଣ୍ଡିଆନ କାଉନସିଲ ଅଫି ମେଡ଼ିକାଲ ରିସର୍ଚ୍ଚ -ଆସିଏମଆର । ଉତ୍ପାଦିତ ଟିକା ସଂପର୍ଣ୍ଣ ସୁରକ୍ଷିତ ଓ ପ୍ରଭାବୀ ବୋଲି କୁହାଯାଇଛି । ଭାରତରେ ପ୍ରତିବର୍ଷ ଡେଙ୍ଗୁରେ ଲୋକେ ଆକ୍ରାନ୍ତ ହେଉଥିବାରୁ ଚିନ୍ତା ବଢ଼ିଛି । ବିଶ୍ବରେ ୪୦ କୋଟି ଲୋକ ଡେଙ୍ଗୁରେ ପୀଡ଼ିତ ହେଉଥିବାରୁ ବିଶ୍ବବ୍ୟାପୀ ଚିନ୍ତା ବଢ଼ିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button