ଦେଶ- ବିଦେଶ

ଅଗଷ୍ଟ ୧୪ରୁ ନିଟ୍-ୟୁଜି କାଉନସେଲିଂ

ଅଗଷ୍ଟ ୧୪ରୁ ଆରମ୍ଭ ହେବ ନିଟ୍-ୟୁଜି ୨୦୨୪ ପାଇଁ କାଉନସେଲିଂ । ସୋମବାର ଜାରି ହୋଇଥିବା ଏମସିସି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଜାତୀୟ ଚିକିତ୍ସା ଆୟୋଗ ସଚିବ ଡାକ୍ତର ବି ଶ୍ରୀନିବାସ କହିଛନ୍ତି ଯେ କାଉନସେଲିଂ ପ୍ରକ୍ରିୟା ପାଇଁ ପଞ୍ଜୀକରଣ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଡାକ୍ତର ବି ଶ୍ରୀନିବାସ କହିଛନ୍ତି , ଦେଶର ପ୍ରାୟ ୭୧୦ଟି ମେଡିକାଲ କଲେଜରେ ପ୍ରାୟ ୧.୧୦ ଲକ୍ଷ ଏମବିବିଏସ ସିଟ୍ ପାଇଁ କାଉନସେଲିଂ କରାଯିବ। ପ୍ରାର୍ଥୀମାନଙ୍କୁ ନୋଟିସ୍ ବାବଦରେ ଜାଣିବାକୁ ଏମସିସି ୱେବସାଇଟ ଭିଜିଟ୍ କରିବାକୁ ପରାମର୍ଶ ଦିଆଯାଇଛି। ଦେଶର ପ୍ରାୟ ୭୧୦ଟି ମେଡିକାଲ କଲେଜରେ ପ୍ରାୟ ୧ ଲକ୍ଷ ୧୦ ହଜାର ଏମବିବିଏସ୍ ସିଟ୍ ଆବଣ୍ଟନ ପାଇଁ କାଉନସେଲିଂ କରାଯିବ। ଆୟୁଷ ଓ ନର୍ସିଂ ସିଟ୍ ବ୍ୟତୀତ ୨୧ ହଜାର ବିଡିଏସ୍ ସିଟ୍ ପାଇଁ କାଉନସେଲିଂ କରାଯିବ ବୋଲି ଶ୍ରୀନିବାସ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button