ପଦ୍ମ ଫୁଲରେ ଭୋଟ୍ ଦେଲେ ମୁଁ ପୁଣି ଜେଲ୍ ଯିବି : କେଜ୍ରିୱାଲ – Kalinga News

[ad_1]
ନୂଆଦିଲ୍ଲ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ହରିୟାଣାର କୁରୁକ୍ଷେତ୍ରରେ ଏକ ରୋଡ୍ସୋ କରିଛନ୍ତି। ଆପ୍ ଦଳକୁ ଭୋଟ୍ ଦେବାପାଇଁ କେଜ୍ରିୱାଲ ଏହି ରୋଡ୍ସୋରେ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ମୁଁ ଔଷଧ ମାଗଣା କରିଦେଲି କିନ୍ତୁ ମତେ ଜେଲ୍ରେ ଇନସୁଲିନ ମିଳିଲାନି। ମୁଁ ଜଣେ ମଧୁମେହ ରୋଗୀ ଏବଂ ଦୈନିକ ୫୨ ୟୁନିଟ ଇନସୁଲିନ ନେଇଥାଏ। କିନ୍ତୁ ତିହାର ଜେଲ୍ରେ ସେମାନେ ମତେ ୧୫ ଦିନ ପର୍ଯ୍ୟନ୍ତ ଇନସୁଲିନ ଦେଲେନାହିଁ। ଯଦି ଆପଣମାନେ ବିଜେପି ଚିହ୍ନ ପଦ୍ମ ଫୁଲ ବଟନ୍ ଦବାଇବେ ତେବେ ମୁଁ ପୁଣିଥରେ ଜେଲ୍ ଯିବି ଏବଂ ଯଦି ଆପଣମାନେ ଝାଡ଼ୁ ଚିହ୍ନ ଥିବା ବଟନ୍ ଦବାଇବେ ତେବେ ମତେ ଜେଲ୍ ଯିବାକୁ ପଡ଼ିବନି। ବିଜେପିକୁ କଟାକ୍ଷ କରି କେଜ୍ରିୱାଲ କହିଛନ୍ତି, ବିଜେପି ତାଙ୍କୁ ଜେଲ୍କୁ ପଠାଇଦେଲା କାରଣ ବିଜେପି ତାଙ୍କୁ ଭୟ କରୁଥିଲା। ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେଲା ଏବଂ ସେମାନେ ମାର୍ଚ୍ଚ ୨୧ ତାରିଖରେ ମତେ ଜେଲ୍ ପଠାଇଦେଲେ। ଏହାର ଅର୍ଥ ହେଉଛି ମୁଁ ପ୍ରଚାର କରେ ବୋଲି ସେମାନେ ଚାହୁନଥିଲେ। ଉଲ୍ଲେଖଯୋଗ୍ୟ ଯେ ଜାମିନରୁ ବାହାରିବାପରେ କେଜ୍ରିୱାଲଙ୍କର ହରିୟାଣାକୁ ଏହା ପ୍ରଥମ ଗସ୍ତ। ଆପ୍ ସୁପ୍ରିମୋଙ୍କୁ ମେ’ ୧୦ ତାରିଖରେ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ମଂଜୁର କରିଥିଲେ। ଜୁନ୍ ୧ ତାରିଖ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଜାମିନ ମିଳିଛି। ଜୁନ୍ ୨ ତାରିଖରେ କେଜ୍ରିୱାଲ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବେ।
[ad_2]