ରାଜ୍ୟ

ଅଙ୍ଗନବାଡ଼ିକୁ ପାଠ ପଢ଼ିବା ପାଇଁ ଆସିଥିଲେ; ବୁଡ଼ିଗଲେ ୩ ଶିଶୁ

ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ହାଟଡିହି ବ୍ଲକ ଅନ୍ତର୍ଗତ ଆତ୍ରୁକଣା ଅଙ୍ଗନବାଡ଼ି ନିକଟରେ। ମୃତକ ହେଲେ ପାୟେଲ ପତ୍ର (୩)ବର୍ଷ, ଭାରତୀ ପତ୍ର (୪)ବର୍ଷ, ଲିପ୍ସା ପାତ୍ର (୩) ବର୍ଷ।

ଆଜି ସକାଳେ ୩ ଜଣ ଶିଶୁ ଆତ୍ରୁକଣାରେ ଥିବା ଅଙ୍ଗନବାଡ଼ିକୁ ପାଠ ପଢ଼ିବା ପାଇଁ ଆସିଥିଲେ।ପାଠ ପଢ଼ା ସରିବାପରେ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ବାହାରେ ଖେଳୁଥିଲେ।

ଖେଳୁ ଖେଳୁ ପିଲାମାନେଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ପୋଖରୀ ନିକଟକୁ ଚାଲିଯାଇଥିଲେ। ଏହି ସମୟରେ ୩ ଜଣ ଶିଶୁ ବୁଡ଼ି ଯାଇଥିବା ଜଣାଯାଇଛି।

ସ୍ଥାନୀୟ ଲୋକେ ୩ ପିଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଗରପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ୩ଜଣଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button