ରାଜ୍ୟ

ଶୁକ୍ରବାରଠୁ ସିଟି ନାମଲେଖା ଆବେଦନ, ଅଗଷ୍ଟ ୧୫ ଯାଏ ଚାଲିବ ପକ୍ରିୟା

 ଆଜିଠୁ ଆରମ୍ଭ ହେବ ଡିପ୍ଲୋମା ଇନ୍ ଏଲିମେଣ୍ଟାରି ଏଜୁକେସନ (ଡିଇଏଲ୍ଇଡି) ତଥା ସିଟି ପାଠ୍ୟକ୍ରମ ନାମଲେଖା ଆବେଦନ । ଏନେଇ ଗୁରୁବାର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଟିଇ ଆଣ୍ଡ ଏସ୍ସିଇଆର୍ଟି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ, ଶୁକ୍ରବାର ଅପରାହ୍ଣ ସାଢ଼େ ୨ଟାରୁ ଅନ୍ଲାଇନ୍ରେ ଆବେଦନ ଆରମ୍ଭ ହେବ ।

ଅଗଷ୍ଟ ୧୫ ତାରିଖ ମଧ୍ୟ ରାତି ଯାଏ ଆବେଦନ ସୁଯୋଗ ରହିବ । ଆବେଦନକାରୀମାନେ ଅଗଷ୍ଟ ୧୫ ଯାଏ ଆବେଦନ ଫି ଦାଖଲ କରିବେ । ସାମ୍ସ ୱେବ୍ସାଇଟ୍ରେ ନାମଲେଖା ହେବ । ରାଜ୍ୟରେ ଥିବା ୬୮ କଲେଜରେ ନାମଲେଖା ହେବ । ଏସ୍ସିଇଆର୍ଟି ୱେବ୍ସାଇଟ୍ରେ ଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ସିଟି ନାମଲେଖା ପାଇଁ ମୋଟ ୬୫୫୦ ସିଟ୍ ରହିଛି । ନାମଲେଖା ସଂପର୍କିତ ସମସ୍ତ ସୂଚନା ସାମ୍ସ ୱେବ୍ସାଇଟ୍ www.samsodisha.gov.in ରେ ଉପଲବ୍ଧ ରହିଛି ।

ଓଡ଼ିଆ, ଇଂରାଜୀ, ସାନ୍ତାଳୀ, ଉର୍ଦ୍ଦୁ, ତେଲୁଗୁ ଓ ହିନ୍ଦୀରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ୯୦ ମାର୍କର ପରୀକ୍ଷା ହେବ । ସମସ୍ତ ପ୍ରଶ୍ନ ଏମ୍ସିକ୍ୟୁ ରହିବ । ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଆବେଦନ ସମୟରେ କୌଣସି ଅସୁବିଧା କିମ୍ବା ତ୍ରୁଟି ଦେଖାଯାଏ, ଟୋଲ୍ ଫ୍ରି ନମ୍ବର ୧୫୫୩୩୫/୧୮୦୦୩୪୫୬୭୭୦ରେ ଯୋଗାଯୋଗ କରିପାରିବେ ।

ସୂଚନାଯୋଗ୍ୟ, ଗତ ବର୍ଷ ଜୁଲାଇ ୨୦ରୁ ପାଠପଢ଼ା ଆରମ୍ଭ ହୋଇଥିଲା । ୬୮ଟି ଶିକ୍ଷାନୁଷ୍ଠାନରେ ମୋଟ୍ ୬ହଜାର ୧୦୪ ଜଣ ଶିକ୍ଷାର୍ଥୀ ନାମଲେଖାଇଥିଲେ । ହେଲେ ଚଳିତ ବର୍ଷ ଶୁକ୍ରବାର ଠାରୁ ଆବେଦନ ଆରମ୍ଭ ହେବ । ଯାହାକୁ ନେଇ ଶିକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button