ରାଜ୍ୟ

ସ୍ୱାୟତ୍ତ ଶାସନ ଦିବସ: କଟକରେ ୫ ପ୍ରକଳ୍ପର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଟକ,୩୧/୦୮: ସିଏମ୍ସି ପକ୍ଷରୁ ଏଥର ସ୍ୱାୟତ୍ତ ଶାସନ ଦିବସରେ ୫୪କୋଟିର ୧୪ଟି ପ୍ରକଳ୍ପ ମଧ୍ୟରେ ୮ଟି ଉଦ୍ଘାଟନ ଓ ୬ଟି ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଦୀର୍ଘ ବର୍ଷ ହେବ ଦାବି ହୋଇ ଆସୁଥିବା ବକ୍ସି ବଜାର ଛକରେ ୩୦ଲକ୍ଷ ବ୍ୟୟରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବେ ।

ସେହିପରି ସିଡିଏ ଦ୍ୱାରା ପ୍ରସ୍ତୁତ ୪୧କୋଟି ୨୩ଲକ୍ଷର ନେତାଜୀ ସ୍ମାରକୀ ସଂଗ୍ରହାଳୟ, ୨କୋଟିର ଆର୍ଟ ଗ୍ୟାଲେରୀ ଓ ୩କୋଟିର ଖାନନଗର ଗ୍ୟାସ୍ ଚୁଲା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦ୍ୱାରା ଶୁଭାରମ୍ଭ ହେବ ।

ଶନିବାର ସକାଳ ସାଢ଼େ ୧୧ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାଢେ ୧ଟା ପର୍ଯ୍ୟନ୍ତ ଚାଲିବ । ଏହାବାଦ୍ ୨୧ନମ୍ବର ୱାର୍ଡରେ ୯ ଲକ୍ଷର ଅଙ୍ଗନବାଡ଼ି କେନ୍ଦ୍ର, ୫୬ନଂ ୱାର୍ଡରେ ୧୩.୪୩ ଲକ୍ଷର ସ୍ୱପ୍ନେଶ୍ୱର ପୋଖରୀ, ୪୮ନମ୍ବର ୱାର୍ଡରେ ଦେଢ କୋଟିର ସ୍ମାର୍ଟ ପାର୍କ, ୨୨ନମ୍ବର ୱାର୍ଡରେ ୯ଲକ୍ଷର ମିଶନ ଶକ୍ତି ଗୃହକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭର୍ଚୁଆଲ୍ରେ ଶୁଭାରମ୍ଭ କରିବେ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button