ମନୋରଞ୍ଜନ

ପାକିସ୍ତାନରେ ଆରମ୍ଭ ହେବ ବିଗବସ୍ , ୧୦୦ ଦିନ ଚାଲିବ ଏହି ରିଆଲିଟି ଶୋ ….

ପାକିସ୍ତାନରେ ଆରମ୍ଭ ହେବ ବିଗବସ୍ ଶୋ । ଭାରତ ଭଳି ପାକିସ୍ତନାରେ ଚାଲିବ ଏହି ରିଆଲିଟି ଶୋ । କାରଣ ବିଗବସ୍ ଭଳି ହିଟ୍ ଶୋର ଅନେକ ପ୍ରଶଂସକ ପାକିସ୍ତାନରେ ଅଛନ୍ତି । ଯାହାକୁ ଲକ୍ଷ କରି ବର୍ତ୍ତମାନ ପାକିସ୍ତାନରେ ‘ତମାଶା’ ନାମରେ ଏହି ଶୋକୁ ଆୟୋଜିତ କରାଯାଉଛି ।

ଆଜିକାଲି ଭାରତରେ କିନ୍ତୁ ବିଗବସ୍ ଓଟିଟି-୩ କୁ ନେଇ ବିବାଦ ଘନେଇଛି । ଓଟିଟି-୩ ବିବବସ୍‌କୁ ବ୍ୟାନ୍ କରିବାକୁ ଦାବି ମଧ୍ୟ କରାଯାଇଛି । ବିଗବସ୍ କଣ୍ଟେଣ୍ଟରେ ଦେଖାଯାଉଥିବା ଅଶ୍ଳୀଳତାକୁ ନେଇ ଖୁବ୍ ଚର୍ଚ୍ଚା ଭିତରେ ଏବେ ପାକିସ୍ତନା ତମାଶାର ପ୍ରଚାର କରିଛି । ପାକିସ୍ତନ ଲୋକମାଣଙ୍କ ଭିତରେ ଏହି ଶୋ କୁ ନେଇ ଏକ ବଡ କ୍ରେଜ୍ ଦେଖାଦେଇଛି । ନିକଟରେ ଏହାର ପୋଷ୍ଟର ହୋଷ୍ଟ ଅଦନନ୍ ସିଦ୍ଦିକିଙ୍କ ଫଟୋ ସହିତ ରିଲିଜ୍ ହୋଇଥିଲା, ଯେଉଁଠାରେ ତାଙ୍କୁ ବହୁତ ରହସ୍ୟମୟ ଢଙ୍ଗରେ ଦେଖିବାକୁ ମିଳିଥିଲା । ଏହା ମଧ୍ୟ ଲେଖାଯାଇଥିଲା – ପାଗ ଅତ୍ୟଧିକ ଗରମ ହେଉଛି, ଏବଂ ଆମ ରାଜା ଏହାକୁ ପସନ୍ଦ କରନ୍ତି ନାହିଁ । ଆପଣ ଭାବୁଥିବେ ସେମାନେ କ’ଣ ନିଷ୍ପତ୍ତି ନେଇଛନ୍ତି? ଏହା ବ୍ୟତୀତ ଅନ୍ୟ ଏକ ପୋଷ୍ଟରେ ଏହା ମଧ୍ୟ ପଚରାଯାଇଥିଲା ଯେ ଶୋ ଏଥର କେତେ ଦିନ ଚାଲିବ? ୫୦ ଦିନ, ୫୫ ଦିନ, କିମ୍ବା ୬୫ ଦିନ? ଏହାର ଜବାବରେ ପ୍ରଶଂସକମାନେ ଏହାକୁ ସମ୍ପୂର୍ଣ୍ଣ ୧୦୦ ଦିନ ରଖିବାକୁ ଦାବି କରିଛନ୍ତି।

ଏହା କେଉଁଠାରୁ ଆରମ୍ଭ ହେଲା …

ତମାଶା ହେଉଛି ଏକ ପାକିସ୍ତାନୀ ରିଅଲିଟି ଟିଭି ସୋ ଯାହା ଇଜଣ ଡିଜିଟାଲରେ ପ୍ରସାରିତ ହୁଏ । ଏହାର ପ୍ରଥମ ସିଜିନ୍ ୨୦ ଅଗଷ୍ଟ ୨୦୨୨ ରେ ପ୍ରଦର୍ଶିତ ହୋଇଥିଲା, ଯାହା ପାକିସ୍ତାନୀ ଅଭିନେତା ଅଦନନ୍ ସିଦ୍ଦିକିଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ପ୍ରଥମ ସିଜିନର ଗ୍ରାଣ୍ଡ ଫାଇନାଲ୍ ୧ ଅକ୍ଟୋବର ୨୦୨୨ ରେ ହୋଇଥିଲା, ଯେଉଁଠାରେ ମଡେଲ୍ ଓମାର ଆଲାମଙ୍କୁ ବିଜେତା ଘୋଷିତ କରାଯାଇଥିଲା । ତଥାପି, ଆମେ ଆପଣଙ୍କୁ କହିବୁ ଯେ ଉମରଙ୍କୁ ପ୍ରଥମ ଦିନରେ ବହିଷ୍କାର କରାଯାଇଥିଲା, କିନ୍ତୁ ପରେ ସେ ୨୮ ତମ ଦିନରେ ପୁନ ପ୍ରବେଶ କରିଥିଲେ ।ଏହା ପରେ ସେ ଦର୍ଶକଙ୍କ ହୃଦୟ ଜିତିଥିଲେ । ଆଇଟମ୍ ନୃତ୍ୟ ପାଇଁ ପ୍ରସିଦ୍ଧ ମାରିହା ସଫଦାର ରନର୍ ଅପ୍ ହୋଇଥିଲେ । ଏହା ବ୍ୟତୀତ ହାସ୍ୟ ଅଭିନେତା ରାଉଫ ଲାଲା ମଧ୍ୟ ଫାଇନାଲରେ ପ୍ରବେଶ କରିଥିଲେ। ସୟଦ ସାମ ଅଲି, ହୁମାଇରା ଅଲି, ମିରା ଖାନ, ରୈଫ ଲାଲା, ନୈମାନ ଜାଭେଦଙ୍କ ପରି ପାକିସ୍ତାନର ବହୁ ପ୍ରସିଦ୍ଧ ତାରକା ସିଜନ -୧ ରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା। ପ୍ରଥମ ସିଜିନ୍ ରେ ୪୨ ଦିନ ପର୍ଯ୍ୟନ୍ତ ଚାଲିଥିଲା । ବିଜେତା ଉମରଙ୍କୁ ପୁରସ୍କାର ରାଶି ଭାବରେ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। କରାଚିରେ ତମାଶା ଘରର ଅବସ୍ଥାନ ସ୍ଥିର କରାଯାଇଥିଲା । ଏହାର ୪୩ ଟି ଏପିସୋଡ୍ ପ୍ରସାରିତ ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button