ରାଜ୍ୟ

ସାରଳା ଦିଗାଲ ମୃତ୍ୟୁ ମାମଲା : ସ୍ୱାମୀ ଓ ପ୍ରେମିକ ଗିରଫ

ଭୁବନେଶ୍ୱର, ୨୮/୧୦ : କନ୍ଧମାଳ ଜିଲ୍ଲା କୁମୁରିଗୁଡା ଗାଁ ନିକଟ ଜଙ୍ଗଲରୁ ଜଣେ ବିବାହିତ ଯୁବତୀ ସାରଳା ଦିଗାଲଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ସଦର ଥାନା ପୁଲିସ। ଏହି ଘଟଣାର ୧୭ ଦିନ ପରେ ବ୍ରହ୍ମପୁରରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି, ଯେଉଁଥିରେ ଏହା ହତ୍ୟା ନୁହେଁ, ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଥିବା ପୁଲିସ କହିଛି।

ଏହି ଘଟଣାରେ ପୁଲିସ ମୃତା ମହିଳାଙ୍କ ସ୍ଵାମୀ ଏବଂ ପୁରୁଷ ବନ୍ଧୁଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି। ମୃତା ସାରଳା ନିଜ ସ୍ୱାମୀଙ୍କ ଅକଥନୀୟ ଅତ୍ୟାଚାର ସହି ନ ପାରି ଫୁଲବାଣୀ ସହରରେ ରହୁଥିବା ତାଙ୍କ ଭାଇଙ୍କ ପାଖକୁ ଚାଲି ଆସିଥିଲେ। ଗୋଟେ ପଟେ ସ୍ୱାମୀର ନିର୍ଯାତନା ଓ ଅନ୍ୟପଟେ ପ୍ରେମରେ ଧୋକା ମିଳିବା ପରେ ସାରଳା କାହାକୁ କିଛି ନ କହି ଘରୁ କୁଆଡେ ଚାଲି ଯାଇଥିଲେ। ପରେ ତାଙ୍କ ବାପା ସାରଳାଙ୍କ ନିଖୋଜ ସମ୍ପର୍କରେ ସଦର ଥାନାରେ ଅଭିଯୋଗ କରିଥିଲେ।

ନିଖୋଜ ହେବାର ଅଠର ଦିନ ପରେ କୁମୁରିଗୁଡା ଗାଁ ନିକଟ ଜଙ୍ଗଲରୁ ମହିଳାଙ୍କ ମୃତଦେହ ମିଳିଥିଲା। ପାରିପାର୍ଶ୍ଵିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିଲା। ପରିବାର ଲୋକେ ବି ହତ୍ୟା ଅଭିଯୋଗ ଆଣିଥିଲେ। ପୁଲିସ ଘଟଣାର ତଦନ୍ତ କରି ମହିଳାଙ୍କ ସ୍ୱାମୀ ମୁନା ଦିଗାଲ, ପ୍ରେମିକ ଦେବାଶିଷ ପାଢ଼ୀଙ୍କ ସହ ପାଞ୍ଚ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳାଙ୍କ ସ୍ୱାମୀ କୁନା ଦିଗାଲଙ୍କୁ ସ୍ତ୍ରୀଙ୍କୁ ଅକଥନୀୟ ଅତ୍ୟାଚାର ଓ ପୁରୁଷ ବନ୍ଧୁ ଦେବାଶିଷଙ୍କୁ ପ୍ରତାରଣା ଏବଂ ଆତ୍ମହତ୍ୟା ପାଇଁ ପ୍ରବାର୍ତ୍ତାଇଥିବା ଅଭଯୋଗରେ ପୁଲିସ ଗିରଫ କରିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button