ଦେଶ- ବିଦେଶ
ଜୁଲାଇ ୨୨ ତାରିଖରୁ ସଂସଦର ବଜେଟ୍ ଅଧିବେଶନ

ସଂସଦର ବଜେଟ୍ ଅଧିବେଶନ ଜୁଲାଇ ୨୨ରୁ ଆରମ୍ଭ ହେବ। ଅଗଷ୍ଟ ୧୨ ଯାଏ ଚାଲିବ ଏହି ଅଧିବେଶନ। ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ଜୁଲାଇ ୨୩ରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ବଜେଟ ଅଧିବେଶନ ଲାଗି କେନ୍ଦ୍ର ସରକାରଙ୍କ ସୁପାରିଶକୁ ମଞ୍ଜୁରୀ ଦେଇଛନ୍ତି। ଏହି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ।