ଦେଶ- ବିଦେଶ
ହାଥରସ ସତସଙ୍ଗରେ ଦଳାଚକଟା ଘଟଣା: ୩ ଜଣିଆ କମିଟିର ତଦନ୍ତ

ହାଥରସ ସତସଙ୍ଗରେ ଦଳାଚକଟା ଘଟଣାରେ ଆରମ୍ଭ ହେଲା ତଦନ୍ତ। ଜଷ୍ଟିସ ବ୍ରିଜେଶ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ କମିଟି ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛନ୍ତି। ଜୁଲାଇ ୨ରେ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ସାମିଲ୍ ଶ୍ରଦ୍ଧାଳୁଙ୍କ ଭିତରେ ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିଲା। ସମାବେଶ ସ୍ଥଳର ଏକଜିଟ୍, ଏଣ୍ଟ୍ରି ପଏଣ୍ଟ, ପ୍ରଶାସନ କାହାକୁ କେମିତି ଅନୁମତି ଦେଇଥିଲା ଏ ସବୁର ଟିକିନିଖି ବିବରଣୀ ସଂଗ୍ରହ କରିଛି କମିଟି। ତଦନ୍ତରେ ଯିଏ ଆବଶ୍ୟକତା ପଡ଼ିବ, ସମସ୍ତଙ୍କୁ ପଚରାଉଚୁରା ହେବ। ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିଲେ ସରକାର। କମିଟି ଅଧ୍ୟକ୍ଷ ଶ୍ରୀବାସ୍ତବ କହିଛନ୍ତି, ରିପୋର୍ଟ ୨ ମାସ ଭିତରେ ଦିଆଯିବ।