ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ: ମୁଖ୍ୟମନ୍ତ୍ରୀ – Kalinga News

[ad_1]
ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ପ୍ରବେଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କରିଛନ୍ତି । ତୃତୀୟ ମହଲାର ନିଜ ପ୍ରକୋଷ୍ଠରେ ଗୁରୁବାରଠାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବ। ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ଆଇନରେ ସଂଶୋଧନ କରାଯିବ। ଓଡ଼ିଆ ଅସ୍ମିତାର ବିକାଶ ପାଇଁ ଗୁରୁତ୍ବାରୋପ କରାଯିବ। ସେଥିପାଇଁ ଲଳିତ କଳା ଏହା ସହିତ ବରୁଣେଇରେ ପାଇକ ଏକାଡେମୀ ଗଠନ ସହିତ ସ୍ବାରକୀ ବିକାଶ କରାଯିବ।
ଉଚ୍ଚ ବିଦ୍ୟାଳୟସ୍ତରରେ ଓଡ଼ିଆ ଶିକ୍ଷକ ନିଯୁକ୍ତି କରାଯିବ। ସାହିତ୍ୟ, ସଙ୍ଗୀତ ଏବଂ ନାଟକ ଓ ଲଳିତ କଳା ଆଦି ୩ଟି ଏକାଡେମୀର ପୁନରୁର୍ଦ୍ଧାର ତଥା ପୁନର୍ଗଠନ କରାଯିବ। ଭାଷା କମିଶନ ଗଠନ କରାଯିବ।
ଓଡ଼ିଆ ଭାଷା ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ଏବଂ ଅସ୍ମିତା ଭବନ ଗଠନ ହେବେ। ଓଡ଼ିଆ ଭାଷା କ୍ଷେତ୍ରରେ ଗୁଣାତ୍ମକ ଗବେଷଣା କରାଯିବ। ଜିଲ୍ଲାର କଳା ସଂସ୍କୃତିକୁ ବିକାଶ କରାଯିବ।
ଓଡ଼ିଆ ଅସ୍ମିତାର ବିକାଶ ପାଇଁ କେଉଁ କେଉଁ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଲୋକଙ୍କଠାରୁ ମୁଖ୍ୟମନ୍ତ୍ରୀ ମତାମତ ଆହ୍ବାନ କରିଛନ୍ତି।
[ad_2]