ବଦଳିଲା ଭୋଟ ରାଜନୀତିର ଦୃଶ୍ୟ… ମଇଦାନକୁ ଓହ୍ଲାଇଲେ ଉଭୟ ଦଳର ନେତା – Kalinga News

[ad_1]
ହଟିଲା ରାଜନୈତିକ ଅଚଳାବସ୍ଥା, ଗାଁରେ ବୁଲିଲେ, ପ୍ରଚାରପତ୍ର ବାଣ୍ଟିଲେ
ବାରିପଦା: ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟହେବନି। ଉଭୟ ଦଳ ଏକାକୀ ଲଢ଼ିବେ। ଆଜି ବିଜେପି ରାଜ୍ୟ ସଭାପତି ବିଧିବଦ୍ଧ ଘୋଷଣା କରିବା ପରେ ଏବଂ ପୂର୍ବରୁ ଏ ସମ୍ପର୍କରେ କିଛି ସୁରାକ୍ ପାଇବା ପରେ ଏବେ ମୟୂରମଞ୍ଜ ଜିଲ୍ଲାର ନେତାମାନେ ଗଁାମୁହଁା ହୋଇଛନ୍ତି। ମେଣ୍ଟ ଦ୍ବନ୍ଦ୍ବ ଭିତରେ ଏହି ନେତାମାନଙ୍କୁ ଦେଖିବାକୁ ମିଳୁନଥିଲା। ହସ୍ତଗତ ସୂଚନା ଅନୁସାରେ, ଗତକାଲିଠାରୁ ଦୁଇଦଳର ନେତା ଲିଫଲେଟ୍ ଧରି ବୁଲିବା ଆରମ୍ଭ କରିଛନ୍ତି। ବଡ଼ସାହି ନିର୍ବାଚନମଣ୍ଡଳୀରେ ବିଜେଡିର ଆଶାୟୀ ପ୍ରାର୍ଥୀ ପୂର୍ବତନ ବିଧାୟକ ଗଣେଶ୍ବର ପାତ୍ର, ବାରିପଦାରୁ ବିଜେଡିର ଆଶାୟୀ ପ୍ରାର୍ଥୀ ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଯୁବନେତା ଇଂ.ଶିରୀଶ ହେମ୍ବ୍ରମ୍, ବିଜେପିରୁ ବର୍ତ୍ତମାନ ବିଧାୟକ ଥିବା ପ୍ରକାଶ ସୋରେନ ଓ ନବାଗତ ଯୁବନେତା ରାକେଶ ସିଂ ନିଜ ସମର୍ଥକଙ୍କ ସହିତ ଲୋକଙ୍କ ପାଖକୁ ଯାଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ସେହିପରି ମୋରଡ଼ାରେ ଏବର ବିଜେଡି ବିଧାୟକ ରାଜକିଶୋର ଦାସ, ତାଙ୍କ ପତ୍ନୀ ପ୍ରୀତିନନ୍ଦା କାନୁନ୍ଗୋ, ଯୁବନେତା ଦେବାଶିଷ ମହାନ୍ତି, ବିଜେପିରୁ ଡ.କୃଷ୍ଣଚନ୍ଦ୍ର ମହାପାତ୍ର ଓ ଛୋଟେଲାଲ ମହାନ୍ତ, କରଞ୍ଜିଆରେ ବିଜେଡି ବିଧାୟିକା ବାସନ୍ତୀ ହେମ୍ବ୍ରମ୍, ସାରସକଣାରେ ବିଜେଡିରୁ ଆଶାୟୀ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ବିଜେପିରୁ ବିଧାୟକ ଡାକ୍ତର ବୁଢ଼ାନ୍ ମୁର୍ମୁ ଓ ନିକଟରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଭାଦବ ହାଁସଦା ମଧ୍ୟ ବିଭିନ୍ନ ଗାଁକୁ ଯାଇ ଭୋଟରଙ୍କୁ ଦଳୀୟ ଲିଫ୍ଲେଟ୍ ବାଣ୍ଟିବା ସହ ନିଜ ସପକ୍ଷରେ ଜନସମର୍ଥନ ଲୋଡୁଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍ ବି ପଛରେ ନାହାନ୍ତି। ବିଧାୟକ ହେଉ କି ସାଂସଦ; ଟିକେଟ୍ ଆଶାରେ ସେ ଅଛନ୍ତି। ସେ ମଧ୍ୟ ସମର୍ଥକଙ୍କୁ ଧରି ମୋଦୀ ସରକାରଙ୍କ ସଫଳତା କାହାଣୀ ଉଲ୍ଲେଖ ଥିବା ଲିଫ୍ଲେଟ୍ ଭୋଟରଙ୍କୁ ପ୍ରଦାନ କରୁଛନ୍ତି। ପ୍ରତିକ୍ରିୟାରେ ଶ୍ରୀ କାନ୍ଦ୍ରା କହିଛନ୍ତି, ମେଣ୍ଟ ହେଉ କି ନ ହେଉ; ବିଜେପି ସବୁବେଳେ ଲୋକଙ୍କ ସାଙ୍ଗରେ ଅଛି। ୨୪ ନିର୍ବାଚନରେ ପୁଣି ୧୯ର ସଫଳତା ମିଳିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବିଜେଡି ନେତା ସାନନ୍ଦ ମାରାଣ୍ଡିଙ୍କ କହିବାନୁଯାୟୀ, ନିର୍ବାଚନ ପାଇଁ ଆମେ ଢେର୍ ପୂର୍ବରୁ ପ୍ରସ୍ତୁତି ଚଳାଇଛୁ। ଆମର ପ୍ରତିଟି କର୍ମୀ ମଇଦାନକୁ ଓହ୍ଳାଇ ସାରିଛନ୍ତି। ଏଥର ବି ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ଜନସମର୍ଥନ ମିଳିବ।
[ad_2]