ଇସ୍ତଫା ଦେଲେ ଚମ୍ପାଇ: ସୋରେନ୍ ପୁଣି ହେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ – Kalinga News

[ad_1]
ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦକୁ ଫେରିବେ। ଆଜି ରାଜ୍ୟ ଇଣ୍ଡି-ମେଣ୍ଟର ବୈଠକରେ ହେମନ୍ତଙ୍କୁ ମେଣ୍ଟର ବିଧାୟକ ଦଳର ନେତା ଭାବେ ମନୋନୀତ କରାଯାଇଛି। ଏହାପରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅପରାହ୍ଣରେ ଚମ୍ପାଇ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭେଟି ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଆଜି ରାଞ୍ଚିଠାରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଜେଏମ୍ଏମ୍, କଂଗ୍ରେସ ଓ ଆର୍ଜେଡିର ବୈଠକ ହୋଇଥିଲା। ଏଥିରେ କଂଗ୍ରେସର ଝାଡ଼ଖଣ୍ଡ ପ୍ରଭାରୀ ଗୁଲାମ ଅହମ୍ମଦ ମିର, ରାଜ୍ୟ ସଭାପତି ରାଜେଶ ଠାକୁର, ହେମନ୍ତ ସୋରେନ୍ଙ୍କ ପତ୍ନୀ ତଥା ବିଧାୟକ କଳ୍ପନା ସୋରେନ୍, ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ପ୍ରମୁଖ ଉପସ୍ଥିତ ଥିଲେ। ଜେଏମ୍ଏମ୍ର ନିକଟତମ ସୂତ୍ରରୁ ଜଣାଯାଇଛି ଯେ ନଭେମ୍ବର-ଡିସେମ୍ବରରେ ଝାଡ଼ଖଣ୍ଡର ବିଧାନସଭା ନିର୍ବାଚନ ହେବା ସମ୍ଭାବନା ରହିଛି। ହେମନ୍ତଙ୍କ ନେତୃତ୍ବରେ ମେଣ୍ଟ ନିର୍ବାଚନ ଲଢ଼ିବା ପାଇଁ ସ୍ଥିର କରାଯାଇଛି। ବୈଠକରେ ହେମନ୍ତ ସୋରେନ୍ଙ୍କୁ ମେଣ୍ଟର ବିଧାୟକ ଦଳ ନେତା ଭାବେ ଦାୟିତ୍ବ ଦିଆଯାଇଛି। ତେବେ ହେମନ୍ତଙ୍କ ଏଭଳି ପୁନଃ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଦଳୀୟ ସୂତ୍ରରୁ ଜଣାଯାଇଛି ଯେ ବୈଠକର ନିଷ୍ପତ୍ତି ନେଇ ଚମ୍ପାଇ ‘ଅପମାନିତ‘ ଅନୁଭବ କରିଥିଲେ। ଅସନ୍ତୁଷ୍ଟ ଚମ୍ପାଇଙ୍କୁ ମନାଇବାକୁ ଦଳ ପକ୍ଷରୁ ପ୍ରୟାସ କରାଯାଇଥିଲା। ତାଙ୍କୁ ଦଳର କାର୍ଯ୍ୟନିର୍ବାହୀ ସଭାପତି ଭାବେ ନିଯୁକ୍ତି ଦିଆଯିବ ବୋଲି ପ୍ରସ୍ତାବ ଦିଆଯାଇଛି।
[ad_2]