ରୋଡ୍ ସୋ’ରେ ଯୋଗଦେବାକୁ ପ୍ରଶଂସକଙ୍କୁ ରୋହିତଙ୍କ ଅନୁରୋଧ – Kalinga News

[ad_1]
ମୁମ୍ବାଇରେ ପହଞ୍ଚିବା ପରେ ବିଶ୍ବବିଜୟୀ ଭାରତୀୟ କ୍ରିକେଟ୍ ଦଳ ଖୋଲା ବସ୍ରେ ବିଜୟ ପରେଡ୍ କରିବ। ଯାହା ମୁମ୍ବାଇର ମେରାଇନ୍ ଡ୍ରାଇଭ୍ରୁ ଆରମ୍ଭ ହୋଇ ୱାଙ୍ଖଡ଼େରେ ଶେଷ ହେବ। ଏଥିରେ ବହୁ ସଂଖ୍ୟାରେ ଯୋଗଦେବାକୁ ଅଧିନାୟକ ରୋହିତ ଶର୍ମା ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି, ଆପଣ ସମସ୍ତଙ୍କ ସହ ଆମେ ଏହି ସ୍ବତନ୍ତ୍ର ମୁହୂର୍ତ୍ତକୁ ଉପଯୋଗ କରିବାକୁ ଚାହୁ। ଏଣୁ ଆସନ୍ତୁ ଏହି ବିଜୟକୁ ଆମେ ସମସ୍ତେ ମେରାଇନ୍ ଡ୍ରାଇଭ୍ରୁ ୱାଙ୍ଖଡ଼େ ଷ୍ଟାଡିୟମ୍ ପର୍ଯ୍ୟନ୍ତ ପାଳନ କରିବା। ଜୁଲାଇ ୪ ଅପରାହ୍ଣ ୫ଟା ବେଳେ ଆପଣ ସମସ୍ତେ ନିଶ୍ଚିତ ଆସିବେ। ବିସିସିଆଇ ସଂପାଦକ ଜୟ ଶାହ ମଧ୍ୟ ଅନୁରୂପ ଭାବେ ଏହି ଲେଖାକୁ ସେୟାର କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଗଣମାଧ୍ୟମ ପ୍ରତିନିଧିଙ୍କୁ ବିସିସିଆଇର ସହାୟତା
ୱେଷ୍ଟଇଣ୍ଡିଜ୍ରେ ଫସି ରହିଥିବା ଭାରତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ବିସିସିଆଇ ମଧ୍ୟ ଘରକୁ ଫେରିବାର ବ୍ୟବସ୍ଥା କରିଛି। ସେମାନେ ଭାରତୀୟ ଖେଳାଳିଙ୍କ ସହ ସ୍ବତନ୍ତ୍ର ବିମାନରେ ସ୍ବଦେଶ ଫେରିବେ। ବିମାନଟି ବୁଧବାର ସଂଧ୍ୟାରେ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ବିସିସିଆଇ ସଂପାଦକ ଜୟ ଶାହ ସବୁ ବ୍ୟବସ୍ଥାକୁ ନିଜେ ବୁଝାବୁଝି କରୁଛନ୍ତି। ବିଶ୍ବକପ୍ ଘରକୁ ଫେରୁଛି ବୋଲି ମଧ୍ୟ ଶାହ ‘ଏକ୍ସ’ ପୃଷ୍ଠାରେ ଲେଖିଛନ୍ତି।
[ad_2]