ଖେଳ ଖବର

ବିଜୟ ଉତ୍ସବ ପାଳନ ଆଜି: ସକାଳେ ପହଞ୍ଚିବେ ବିଶ୍ବବିଜୟୀ ଖେଳାଳି – Kalinga News

[ad_1]

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରାତଃଭୋଜନ କରିବେ, ମୁମ୍ବାଇ ମେରାଇନ୍‌ ଡ୍ରାଇଭ୍‌ରେ ହେବ ରୋଡ୍‌ ସୋ’

ନୂଆଦିଲ୍ଲୀ: ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ପରେ ବାର୍ବାଡସ୍‌ରେ ଫସିଥିବା ଭାରତୀୟ କ୍ରିକେଟ୍‌ ଦଳ ବୁଧବାର ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଗୁରୁବାର ଭାରତରେ ବିଶ୍ବକପ୍‌ ବିଜୟର ମହାଉତ୍ସବ ପାଳନ କରାଯିବ। ୧୧ ବର୍ଷର ଆଇସିସି ଟ୍ରଫି ମରୁଡ଼ି, ୧୩ ବର୍ଷ ପରେ ବିଶ୍ବକପ୍‌ ଏବଂ ୧୭ ବର୍ଷ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିଥିବା ଭାରତୀୟ ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତ ହୋଇଛନ୍ତି ଦେଶବାସୀ। ଦିନ ତମାମ୍‌ ଖେଳାଳିମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି। ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟ ପରେ ଯେଉଁଭଳି ଖୋଲା ବସ୍‌ରେ ରୋଡ୍‌ ସୋ’ କରାଯାଇଥିଲା, ଏଥର ମଧ୍ୟ ଠିକ୍‌ ସେମିତି ରୋଡ୍‌ ସୋ’ ପାଇଁ ବିସିସିଆଇ ଯୋଜନା କରିଛି।

ସକାଳେ ପହଞ୍ଚିବେ ବିଶ୍ବବିଜୟୀ ଖେଳାଳି
ପ୍ରଧାନମନ୍ତ୍ରୀଙ୍କ ସହ ପ୍ରାତଃଭୋଜନ କରିବେ
ମୁମ୍ବାଇ ମେରାଇନ୍‌ ଡ୍ରାଇଭ୍‌ରେ ହେବ ରୋଡ୍‌ ସୋ’
ୱାଙ୍ଖଡ଼େରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଭାରତ ବିଶ୍ବବିଜେତା ହୋଇସାରିଥିଲେ ମଧ୍ୟ ନିଜ ଘରେ ଏହାକୁ ମନାଇବାକୁ ସୁଯୋଗ ମିଳି ନଥିଲା। ଘୂର୍ଣ୍ଣିଝଡ଼ ‘ବେରିଲ’ ପାଇଁ ବାର୍ବାଡସ୍‌ରେ ଫସିରହିଥିବା ଭାରତୀୟ ଖେଳାଳି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ବିସିସିଆଇ ପକ୍ଷରୁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରିଥିଲା। ଏମାନେ ସମସ୍ତେ ଗୁରୁବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିବେ। ଏଠାରେ ପହଞ୍ଚିବା ପରେ ସେହିଦିନ ଭାରତୀୟ ଖେଳାଳିଙ୍କ ପାଇଁ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। ପ୍ରଥମେ ସମସ୍ତ ଖେଳାଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପ୍ରାତଃଭୋଜନରେ ସାମିଲ ହେବେ। ସେଠାରୁ ସେମାନେ ପୁଣି ଥରେ ସ୍ବତନ୍ତ୍ର ବିମାନ ଯୋଗେ ମୁମ୍ବାଇ ଯିବେ। ଖେଳାଳିମାନଙ୍କ ପାଇଁ ବିମାନବନ୍ଦରରୁ ୱାଙ୍ଖଡ଼େ ଷ୍ଟାଡିୟମ୍‌ ପର୍ଯ୍ୟାୟ ପ୍ରାୟ ୧ କିଲୋମିଟର ରାସ୍ତାରେ ଖୋଲା ବସ୍‌ରେ ରୋଡ୍‌ ସୋ’ କରାଯିବ। ପରେ ଷ୍ଟାଡିୟମ୍‌ରେ ସମସ୍ତ ଖେଳାଳି ଓ ପ୍ରଶିକ୍ଷକ ମଣ୍ଡଳିଙ୍କୁ ସମ୍ବର୍ଦ୍ଧନା ଦିଆଯିବା କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଭାରତ ବିଶ୍ବକପ୍‌ ଜିତିବା ପରେ ବାର୍ବାଡସ୍‌ରେ ହରିକେନ୍‌ ବେରିଲ୍‌ ପାଇଁ ‌ସମସ୍ତେ ହୋଟେଲ୍‌ରେ ଅଟକିବାକୁ ବାଧ୍ୟ ହୋଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button