ଅପରାଧ

ନିଟ୍‌ ପରୀକ୍ଷା କେଳେଙ୍କାରୀ: ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ ଧାନବାଦରେ ଗିରଫ – Kalinga News

[ad_1]

ନୂଆଦିଲ୍ଲୀ: ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାର ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ କୁହାଯାଉଥିବା ଅମନ ସିଂହକୁ ସିବିଆଇ ଆଜି ଝାଡ଼ଖଣ୍ଡର ଧାନବାଦରୁ ଗିରଫ କରିଛି। ସିବିଆଇ ପକ୍ଷରୁ ଏହା ହେଉଛି ସପ୍ତମ ଗିରଫଦାରୀ। ଏହାପୂର୍ବରୁ ରବିବାର ସିବିଆଇ ଗୁଜୁରାଟର ଗୋଧ୍ରା ଜିଲ୍ଲାର ଏକ ଘରୋଇ ସ୍କୁଲର ମାଲିକଙ୍କୁ ଗିରଫ କରିଥିଲା। ଗୋଧ୍ରା ନିକଟରେ ଥିବା ଜୟ ଜଲାରାମ ସ୍କୁଲର ମାଲିକ ଦୀକ୍ଷିତ ପଟେଲ ପରୀକ୍ଷା ନମ୍ବର ବଢ଼ାଇବାକୁ ପ୍ରତିଶ୍ରୁତି ଦେଇ କେତେକ ପରୀକ୍ଷାର୍ଥୀଙ୍କଠାରୁ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ୨୭ ଜଣ ଛାତ୍ରଛାତ୍ରୀଙ୍କ ଉତ୍ତରଖାତା ପୂରଣ କରିବାକୁ ସେ ଯୋଜନା କରିଥିବା ଅଭିଯୋଗ ହୋଇଛି।

ଜୁନ୍ ୨୯ତାରିଖରେ ସିବିଆଇ ଏକ ହିନ୍ଦୀ ଗଣମାଧ୍ୟମ ସଂସ୍ଥାର ମାର୍କେଟିଂ ପ୍ରଫେସନାଲ ଜମାଲୁଦ୍ଦିନ ଅନସାରୀ ନାମକ ଜଣେ ବ୍ୟକ୍ତିଙ୍କୁ ହଜାରୀବାଗରୁ ଗିରଫ କରିଥିଲା। ଏଜେନ୍ସି ଅଧିକାରୀମାନେ ଓଏସିସ୍ ସ୍କୁଲର ପ୍ରଧାନ ଶିକ୍ଷକ ଏହସାନୁଲ ହକ୍ ଏବଂ ଉପାଧ୍ୟକ୍ଷ ଇମ୍‌ତିଆଜ୍ ଆଲାମଙ୍କୁ ଗିରଫ କରିବାର ଦିନକ ପରେ ଏହି ଗିରଫଦାରୀ ହୋଇଥିଲା। ନିଟ୍ କେଳେଙ୍କାରୀକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ସମଗ୍ର ଘଟଣାର ଯାଞ୍ଚ କରିବା ପାଇଁ ସିବିଆଇକୁ ତଦନ୍ତ ଦାୟିତ୍ବ ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button