ଅପରାଧ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲା: ଅଭିଯୁକ୍ତ ନାବାଳକର ରକ୍ତ ନମୁନା ବଦଳାଇ ୨ ଡାକ୍ତର ଗିରଫ – Kalinga News

[ad_1]

ପୁଣେ: ବହୁ ଚର୍ଚ୍ଚିତ ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ଆଜି ପୁଲିସ ସ୍ଥାନୀୟ ସରକାରୀ ଚିକିତ୍ସାଳୟର ଦୁଇ ଡାକ୍ତରଙ୍କୁ ଗିରଫକରିଛି। ଉଭୟ ଡାକ୍ତର ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ନାବାଳକର ରକ୍ତ ନମୁନାକୁ ଡଷ୍ଟବିନ୍‌ରେ ଫିଙ୍ଗି ଦେଇଥିଲେ ଓ ଅନ୍ୟଜଣଙ୍କ ରକ୍ତ ନମୁନା ବଦଳାଇ ଦେଇଥିଲେ। ପୁଲିସ କମିସନର ଅମିତେଶ କୁମାର ଦେଇଥିବା ସୂଚନାନୁସାରେ, ୧୯ ତାରିଖ ଦୁର୍ଘଟଣା ପରେ ସକାଳ ୧୧ଟାରେ ନାବାଳକ ଚାଳକକୁ ଡାକ୍ତରୀ ପରୀକ୍ଷଣ ନିମନ୍ତେ ସାସୁନ୍‌ ସରକାରୀ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ନାବାଳକ ନିଶାଗ୍ରସ୍ତ ଥିବାରୁ ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ତେବେ ପରୀକ୍ଷଣ ରିପୋର୍ଟରେ ନାବାଳକଙ୍କ ରକ୍ତରେ ଆଲକହଲ (ମଦ) ନଥିବା ଜଣାପଡ଼ିଥିଲା। ଫଳରେ ପୁଲିସର ସନ୍ଦେହ ସୃଷ୍ଟି ହୋଇଥିଲା ଓ ଅନ୍ୟ ଏକ ହସ୍ପିଟାଲ୍‌ରେ ନାବାଳକଙ୍କ ପୁଣିଥରେ ରକ୍ତ ପରୀକ୍ଷା କରିଥିଲେ। ସେଥିରେ ଦୁଇଟି ଭିନ୍ନ ରକ୍ତ ନମୁନା ଥିବା ଜଣାପଡ଼ିଥିଲା।

ରକ୍ତ ପରୀକ୍ଷା କରି ରିପୋର୍ଟ ଦେଇଥିବା ସାସୁନ୍ ସରକାରୀ ହସ୍ପିଟାଲ୍‌ର ଡାକ୍ତର ଶ୍ରୀହରି ହାଲନୋରଙ୍କୁ ଜେରା କରାଯାଇଥିଲା। ଫରେନ୍ସିକ୍ ବିଭାଗର ମୁଖ୍ୟଡାକ୍ତର ଡା ଅଜୟ ତାୱେରେଙ୍କ ନିର୍ଦ୍ଦେଶାନୁସାରେ ଏଭଳି କରିଥିବା ଡା ହାଲନୋର ସ୍ବୀକାର କରିଥିଲେ। ଅଭିଯୁକ୍ତ ନାବାଳକଙ୍କ ରକ୍ତ ନମୁନା ଡଷ୍ଟବିନ୍‌ରେ ଫିଙ୍ଗି ଦେଇଥିଲେ ଓ ମଦ ଖାଇନଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନାକୁ ନାବାଳକଙ୍କ ବୋଲି ଦର୍ଶାଇଥିଲେ। ଉଭୟ ଡାକ୍ତରଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବା, ଅପରାଧିକ ଷଡ଼ଯନ୍ତ୍ର, ଠକାମି ଆଦି ଦଫାରେ ମାମଲା ରୁଜୁ କରାଯିବା ସହ ଗିରଫ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ଶ୍ରୀକୁମାର କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button