ଭାରତ ପରେ ଏବେ ଆମେରିକାରେ ବ୍ୟାନ୍ ହେବାକୁ ଯାଉଛି ଚୀନର ଆପ୍ ‘ଟିକ୍ଟକ୍’ – Kalinga News

[ad_1]
ନୂଆଦିଲ୍ଲୀ: ପୂର୍ବରୁ ସର୍ଟ ଭିଡିଓ ଆପ୍ ଟିକ୍ ଟକ୍ ଭାରତରେ ବ୍ୟାନ୍ ହୋଇସାରିଛି। ଏବେ ଆମେରିକାରେ ବି ଏହି ଆପ୍ ବ୍ୟାନ୍ ହେବାକୁ ଯାଉଛି। ଚୀନର ଏହି ସୋସିଆଲ୍ ମିଡିଆ ଆପ୍କୁ ବ୍ୟାନ୍ କରିବାରେ ଆମେରିକା ହେଉଛି ଦ୍ବିତୀୟ ବଡ଼ ଦେଶ।
Sambad is now on WhatsApp
Join and get latest news updates delivered to you via WhatsApp
ଆମେରିକାରେ ଚାଇନିଜ୍ ଆପ୍ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଭିନ୍ନ ମହଲରୁ ଦାବି ଉଠୁଥିବାର ଖବର ହସ୍ତଗତ ହୋଇଛି। ଏହି ପରିପ୍ରେକ୍ଷୀରେ ଗୃହରେ ଏକ ବିଲ୍ ମଧ୍ୟ ଉପସ୍ଥାପିତ ହୋଇଥିଲା ଯେଉଁଥିରେ କମ୍ପାନୀର ଚାଇନାର କମ୍ୟୁନିଷ୍ଟ ପାର୍ଟି ସହ ଲିଙ୍କ ଥିବା ଅଭିଯୋଗ ହୋଇଛି ।
ଚୀନ ସହି ବିଭିନ୍ନ ପ୍ରସଂଗରେ ମତଭେଦ ହେବା ପରେ ୨୦୨୦ ମସିହାରେ ଭାରତରେ ଚୀନର ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ଆମେରିକାରେ ମଧ୍ୟ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି । ମଙ୍ଗଳବାର ଆମେରିକା ସଂସଦରେ ସାଂସଦମାନଙ୍କ ଦ୍ୱାରା ଉପସ୍ଥାପିତ ଏକ ବିଲ୍ ଚୀନ କମ୍ପାନୀର ଆପ୍ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ପ୍ରସ୍ତାବ ଶୁଣିବାକୁ ମିଳିଛି।
ଉପସ୍ଥାପିତ ବିଲରେ ଟିକ୍-ଟକ୍ ବାବଦରେ ବିଶେଷ ଭାବରେ ଉଲ୍ଲେଖ କରାଯାଇଛି। ଆମେରିକାର ଶତ୍ରୁ ଦେଶ ଦ୍ୱାରା ନିୟନ୍ତ୍ରିତ ପ୍ଲାଟଫର୍ମକୁ ନିଷେଧ କରିବା ପାଇଁ ଏହି ବିଲ୍ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରିଥାଏ । ୱାଶିଂଟନ୍ ଦ୍ଵାରା ଶତ୍ରୁ ଦେଶ ଭାବରେ ନାମିତ ଦେଶଗୁଡିକ ମଧ୍ୟରେ ଚୀନ୍, ରୁଷ, ଇରାନ, ଉତ୍ତର କୋରିଆ ଏବଂ ଭେନେଜୁଏଲା ଅନ୍ତର୍ଭୁକ୍ତ ।
[ad_2]




