ହେମନ୍ତ ମୁଖ୍ୟମନ୍ତ୍ରୀ ହେବା ବାଟ ସଫା: ଚମ୍ପାଇ ସୋରେନ ଇସ୍ତଫା ଦେଲେ – Kalinga News

[ad_1]
ରାଞ୍ଚି: ଝାଡଖଣ୍ଡରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଜମି ଦୁର୍ନୀତିରେ ଜାମିନରେ ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଇସ୍ତଫା ଦେଇଛନ୍ତି। ଫଳରେ ହେମନ୍ତ ମୁଖ୍ୟମନ୍ତ୍ରୀ ହେବା ବାଟ ସଫା ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚମ୍ପାଇ ସୋରେନ ରାଜ୍ୟପାଳ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ ସରକାର ଗଠନ ପାଇଁ ଦାବି କରିଛନ୍ତି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଚମ୍ପାଇଙ୍କ ଇସ୍ତଫା ପରେ ନୂତନ ସରକାର ଗଠନ ପାଇଁ ଔପଚାରିକତା ମଧ୍ୟ ଆନୁଷ୍ଠାନିକତା ଭାବେ ଆରମ୍ଭ ହୋଇଛି।
ପୂର୍ବରୁ ଚମ୍ପାଇ ସୋରେନଙ୍କ ଘରେ ଏ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତୃତ୍ୱାଧୀନ ବିଧାନସଭା ଦଳର ବୈଠକରେ ହେମନ୍ତ ସୋରେନ ପୁଣି ଥରେ ରାଜ୍ୟର ଦାୟିତ୍ବ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା।
ସୂଚନାଯୋଗ୍ୟ, ସୋରେନଙ୍କୁ ଜୁନ୍ ୨୮ରେ ଜାମିନ ମିଳିଥିଲା। ଏହା ସହିତ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଇସ୍ତଫା ନେଇ କଳ୍ପନାଜଳ୍ପନା ମଧ୍ୟ ବୃଦ୍ଧି ପାଇଥିଲା। ହେମନ୍ତ ସୋରେନ ବୁଧବାର ଇଣ୍ଡିଆ ଆଲାଇନ୍ସର ନେତାଙ୍କ ସହ ଏକ ବୈଠକ କରିଥିଲେ। ଖବର ଅନୁଯାୟୀ, ଚମ୍ପାଇ ସୋରେନଙ୍କୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର କାର୍ଯ୍ୟକାରୀ ସଭାପତି କରାଯିବ।
[ad_2]




