ରାଜନୀତି

ବିଜେଡି ଛାଡି ବିଜେପିରେ ମିଶିଲେ ବିଏମ୍‌ସି କର୍ପୋରେଟର, ମନମୋହନଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ଦମ୍ପତି

:ବିଜେଡି ଛାଡି ବିଜେପିରେ ମିଶିଲେ ବିଏମ୍ସି କର୍ପୋରେଟର । ବିଜେପିରେ ମିଶିଲେ BMC ୩୭ ନଂ ୱାର୍ଡ କର୍ପୋରେଟର ବନ୍ଦିତା ପାଲ୍ । ବନ୍ଦିତାଙ୍କ ସ୍ଵାମୀ ତଥା ବିଜେଡ଼ି ସାଧାରଣ ସମ୍ପାଦକ ଅର୍ଜୁନ ବେହେରା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଛନ୍ତି ।

ବିଜେପିରେ ଯୋଗ ଦେବା ପରେ ବିଧାୟକ ଅନନ୍ତ ଜେନାଙ୍କୁ ଟାର୍ଗେଟ କଲେ ବନ୍ଦିତା । କହିଲେ, ଲୋକଙ୍କ କାମ କରିବା ପାଇଁ ସମର୍ଥନ କରୁନଥିଲେ ଅନନ୍ତ । ବିଜେଡ଼ି ମଧ୍ୟ ଲୋକଙ୍କ କାମ କରିବା ପାଇଁ ସୁଯୋଗ ଦେଉନଥିଲା । ତଳ ସ୍ତରର ଜନ ପ୍ରତିନିଧିଙ୍କ ପ୍ରତି ଉପର ସ୍ତରର ଜନ ପ୍ରତିନିଧିଙ୍କ ସପୋର୍ଟ ନଥିଲା । ଯେଉଁ ଦଳ ଲୋକାଭିମୁଖୀ କାର୍ଯ୍ୟରେ ବାଧା ଦେଉଛି, ସେ ଦଳ ଛାଡ଼ି ଦେବା ଉଚିତ ବୋଲି କହିଲେ ବନ୍ଦିତା । ଯେଉଁମାନେ ଲୋକଙ୍କ କାମକୁ ବିରୋଧ କରୁଛନ୍ତି, ସେ ଦଳକୁ ପ୍ରତ୍ୟାଖିତ କରିଛି । ଆଜି କେହି ମୁର୍ଖ ନୁହନ୍ତି । ଲୋକ ସବୁ ଜାଣିଛନ୍ତି । ଲୋକ ହିଁ ବିଜେପି ସରକାରକୁ ବାଛିଛନ୍ତି ।

ବନ୍ଦିତାଙ୍କ ସହ ଛାତ୍ର ବିଜେଡ଼ିର ଉପ ସଭାପତି ପ୍ରଭୁ ଦତ୍ତ ସାମଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

କିଛି ସମୟ ପୂର୍ବରୁ ବିଜେଡି ଛାଡ଼ିଥିଲେ BMCର ୩୭ ନଂ ଓ୍ବାର୍ଡ କର୍ପୋରେଟର ବନ୍ଦିତା ପାଲ । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ ଇସ୍ତଫା ପତ୍ର । କିଛି ରାଜନୈତିକ କାରଣ ଦର୍ଶାଇ ଦଳ ଛାଡିଥିବା ନେଇ ଚିଠିରେ ଉଲ୍ଲେଖ କରିଥିଲେ । ବନ୍ଦିତାଙ୍କ ସ୍ବାମୀ ତଥା ଭୁବନେଶ୍ଵର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଅର୍ଜୁନ ବେହେରା ବିଜେଡି ହାତ ଛାଡିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button