ହାଥରସ ଦଳାଚକଟା ମାମଲା: ମୃତ୍ୟୁ ସଂଖ୍ୟା ୧୨୧କୁ ବୃଦ୍ଧି – Kalinga News

[ad_1]
ନୂଆଦିଲ୍ଳୀ: ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଥିବା ଦେଖିବାକୁ ମିଳିଛି। ସିକନ୍ଦରାବାଦ ନିକଟସ୍ଥ ଫୁଲେର ଗାଁରେ ସତସଙ୍ଗ ଚାଲିଥିବା ବେଳେ ଅତ୍ୟାଧିକ ଲୋକ ହୋଇଥିବା ହେତୁ ଦଳାଚକଟାରେ ୧୧୬ ଜଣଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ସକାଳେ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୨୧ କୁ ବୃଦ୍ଧି ପାଇଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ପୀଡ଼ିତାଙ୍କ ସମ୍ପର୍କୀୟମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ମୃତଦେହକୁ ଘରକୁ ନେବାକୁ ଅପେକ୍ଷା କରି ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଗଣମାଧ୍ୟମ ଅନୁସାରେ ସକର ବିଶ୍ବହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ଏଭଳି ଘଟଣା ଘଟିଛିା ମୃତକମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡ଼ିଛି । ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଧାର୍ମିକ ପ୍ରଚାରକ ଭୋଲେ ବାବାଙ୍କ ଦ୍ୱାରା ‘ସତସଙ୍ଗ’ ପାଇଁ ସିକନ୍ଦବରଦ ଅଞ୍ଚଳର ଫୁଲେର ଗ୍ରାମ ନିକଟରେ ଏକତ୍ରିତ ହୋଇଥିବା ହଜାର ହଜାର ଲୋକ ଭିଡ଼ର ଶିକାର ହୋଇଥିଲେ।
ପ୍ରବଚନ ଶୁଣିବାକୁ ଅସମ୍ଭାଳ ଭିଡ଼ ହୋଇଥିଲା । ଭୋଲେ ବାବା ପ୍ରବଚନ ଦେଇ କାର୍ଯ୍ୟକ୍ରମସ୍ଥଳ ଛାଡିବା ପରେ ଶ୍ରଦ୍ଧାଳୁଙ୍କୁ ଛାଡିଥିଲେ ଆୟୋଜକ କମିଟି । ଫଳରେ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅତିଷ୍ଠ ହୋଇପଡିଥିବା ଶ୍ରଦ୍ଧାଳୁ ଶୀଘ୍ର ଟେଣ୍ଟରୁ ବାହାରିବାକୁ ଉଦ୍ୟମ କରିବାରୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।
[ad_2]




