ରାସ୍ତାକଡ଼ରେ ଗୋ ମାଂସ ଫିଙ୍ଗା, ୫ ଗିରଫ – Kalinga News

[ad_1]
ଚଣ୍ଡିଖୋଲ: ଗୋ ମାଂସ ଭୋଜି ପରେ ବଳକା ମାଂସକୁ ରାସ୍ତାକଡ଼ରେ ଫିଙ୍ଗାଯିବା ଘଟଣାରେ ବାଲିଚନ୍ଦ୍ରପୁର ପୁଲିସ ଆଜି ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ,ଗତ ୧ ତାରିଖ ବିଳମ୍ବିତ ରାତିରେ ଏହି ଥାନା ଅନ୍ତର୍ଗତ ଚାରିନଙ୍ଗଳ ପଞ୍ଚାୟତ ବାହାଦୁରନଗର ଗ୍ରାମର ପଟ୍ଟାମୁଣ୍ଡାଇ କେନାଲବନ୍ଧର କଳାଶ୍ରୀ ଦଳେଇ ସାହି ପର୍ଯ୍ୟନ୍ତ ରାସ୍ତା କଡ଼ରେ ରନ୍ଧା ଓ କଞ୍ଚା ଗୋ ମାଂସ ପଡ଼ିଥିଲା। ଆଜି ସକାଳେ ସ୍ଥାନୀୟ ଅଞ୍ଚଳର ଲୋକେ ଯାତାୟାତ ସମୟରେ ଏହା ଦେଖି ବିରକ୍ତି ପ୍ରକାଶ କରିଥିଲେ। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ଏହାପରେ ଚାରିନଙ୍ଗଳ ଗ୍ରାମର ଜଣେ ମୁସଲିମ ବ୍ୟକ୍ତି ପହଞ୍ଚି ଗୋ ମାଂସକୁ ଉଠାଇ ଥିଲେ। ଯାଜପୁର ରୋଡ଼ ଏସ୍ଡିପିଓ ଓ ଥାନାଧିକାରୀ ପ୍ରମୋଦିନୀ ସାହୁ ଘଟଣାସ୍ଥଳକୁ ଯାଇ ଭୋଜି ସାମଗ୍ରୀ ସହିତ ଗୋ ମାଂସ ଜବତ କରିଥିଲେ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଥାନାଧିକାରୀ ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି।
[ad_2]