ଅପରାଧ

ନକଲି ସିମ୍ କାରବାର: ରାଜନଗରରେ ଦିଲ୍ଲୀ ପୁଲିସ – Kalinga News

[ad_1]

ରାଜନଗର: ରାଜନଗର ଅଞ୍ଚଳରେ ମୋବାଇଲ୍‌ ଦୋକାନରେ ମିଳୁଛି ନକଲି ସିମ୍‌କାର୍ଡ। ଦିଲ୍ଲୀ ପୁଲିସ ଏଠାରେ ପହଞ୍ଚି ତନାଘନା କରିବା ପରେ ଏପରି କାରନାମା ପଦାକୁ ଆସିଛି। ନକଲି ସିମ୍‌କାର୍ଡ ଘଟଣାରେ ଦୁଇଦିନ ତଳେ ଦିଲ୍ଲୀ ପୁଲିସ ଭୁବନେଶ୍ବରରୁ ଜଣେ ଯୁବକଙ୍କୁ ଉଠାଇ ନେଇଥିବା ବେଳେ ଆଜି ରାଜନଗରରେ ପହଞ୍ଚି ଏ ନେଇ ଛାନ୍‌ଭିନ୍ କରିଛି।

ସୂଚନା ଅନୁସାରେ, ଦିଲ୍ଲୀ ଅଞ୍ଚଳର ଜଣେ ଯୁବକ ଜନୈକା ଯୁବତୀଙ୍କୁ ନେଇ ବର୍ଷେ ତଳୁ ଫେରାର୍‌ ହୋଇଯାଇଛନ୍ତି। ଏହି ଯୁବକ ଜଣକ ଗତ ୧ମାସ ଭିତରେ ରାଜନଗର ଅଞ୍ଚଳରୁ କଥା ହେଉଥିବା ଜଣାପଡ଼ିଥିଲା। ଦିଲ୍ଲୀ ପୁଲିସ ତଦନ୍ତ କରିବା ପରେ ରାଜନଗର ହାଇସ୍କୁଲର କିରାଣି ଚନ୍ଦନ କୁମାର ପାତ୍ରଙ୍କ ଆଧାରକାର୍ଡରେ ଇସ୍ୟୁ ହୋଇଥିବା ସିମ୍‌କାର୍ଡରେ ଉକ୍ତ ଯୁବକ ଜଣକ କଥା ହୋଇଥିବା ଜଣାପଡ଼ିଥିଲା। ଆଜି ତଦନ୍ତ ପାଇଁ ଦିଲ୍ଲୀ ପୁଲିସ ରାଜନଗର ଥାନାରେ ପହଞ୍ଚିଥିଲା। ଦିନ ପ୍ରାୟ ୧୧ଟା ବେଳେ ରାଜନଗର ପୁଲିସ ଚନ୍ଦନଙ୍କୁ ଫୋନ୍ କରି ଥାନାକୁ ଆସିବାକୁ କହିଥିଲା। ଚନ୍ଦନ ଥାନାକୁ ଆସିବା ପରେ ତାଙ୍କ ନାଁରେ ଥିବା ମୋବାଇଲ (୮୦୯୩୫୩୫୯୪୦) କାହାକୁ ଦେଇଛ ବୋଲି ପୁଲିସ ପଚାରିଥିଲା। ସେପରି ନମ୍ବର ତାଙ୍କର ନାହିଁ, ସେ ଏ ନେଇ ଜାଣି ନ ଥିବା କହିଥିଲେ। ଖୋଳତାଡ଼ ପରେ ଚନ୍ଦନ ଚଳିତମାସ ୧ ତାରିଖ ଦିନ ରାଜନଗର ଥାନା ଅଞ୍ଚଳର ସାନବଡ଼ଗୋପାଳପୁର ବଜାର ଉପରେ ଥିବା ‘ରାଉତ ମୋବାଇଲ୍ସ’ରୁ ଏକ ନିର୍ଦ୍ଦିଷ୍ଟ କମ୍ପାନିର ସିମ୍‌ (୮୦୯୩୪୫୫୭୬୯) ଆଣିଥିବା କହିଥିଲେ। ସେ ସିମ୍ ପାଇଁ ଯାଇଥିବା ବେଳେ ମୋବାଇଲ ଦୋକାନୀ ତାଙ୍କର ଆଧାରକାର୍ଡ ନେବା ସହ ଫଟୋ ଉଠାଇଥିଲେ। ତାଙ୍କ ମୋବାଇଲ୍‌କୁ ଏକ ଓଟିପି ଆସିଥିଲା। ଚନ୍ଦନ ଓଟିପି ଦେବା ପରେ ହେଲାନି କହି ପୁନର୍ବାର ଫଟୋ ଉଠାଇବା ସହ ଆଉ ଏକ ଓଟିପି ତାଙ୍କଠାରୁ ନେଇଥିଲା। ଚନ୍ଦନ ଉକ୍ତ ସିମକାର୍ଡ ନେଇ ଆସିବା ସହ ସେହିଦିନରୁ ସେହି ନମ୍ବର ବ୍ୟବହାର କରି ଆସୁଛନ୍ତି। ମାତ୍ର ଥରେ ହେଲାନି କହି ଆଉଥରେ ଫଟୋ ଉଠାଇ ଓଟିପି ନେବା ବାହାନାରେ ମୋବାଇଲ ଦୋକାନୀ ଚନ୍ଦନଙ୍କ ଆଧାରକାର୍ଡକୁ ବ୍ୟବହାର କରି ଆଉ ଏକ ସିମ୍ କାଢ଼ି ତାକୁ ଦିଲ୍ଲୀ ଅଞ୍ଚଳର ଫେରାର୍ ଯୁବକଙ୍କୁ କଳାବଜାରରେ ବିକ୍ରି କରିଥିବା ଜଣାପଡିଛି।

ତାଙ୍କ ନାଁରେ କେହି ସିମକାର୍ଡ ନେଇ ମୋବାଇଲ୍‌ ଚଳାଉଥିବା ଜାଣିବା ପରେ ଚନ୍ଦନ ଆଜି ସଂଧ୍ୟାରେ ଏ ନେଇ ‘ରାଉତ ମୋବାଇଲ୍ସ’ର ମାଲିକ ଦୀପକ କୁମାର ରାଉତଙ୍କ ନାଁରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରାଜନଗର ପୁଲିସ ଅଭିଯୋଗ ପାଇବା ପରେ ଏ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି। ଅପରପକ୍ଷରେ ଦିଲ୍ଲୀରୁ ଆସିଥିବା ୪ଜଣିଆ ପୁଲିସ ଟିମ୍ ତଦନ୍ତ କରି ଫେରିଯାଇଛନ୍ତି। ତଦନ୍ତ ସମୟରେ ସିମ୍‌କାର୍ଡ ବିକ୍ରି କରିଥିବା ‘ରାଉତ ମୋବାଇଲ୍ସ’ ଦୋକାନର ସିସିଟିଭି ଯାଞ୍ଚ କରାଯାଇଥିଲା। ସେଠାରେ ସିସିଟିଭିର ବ୍ୟାକ୍ଅପ୍ ନଥିବା ଏବଂ ସିମ୍ ବିକ୍ରି କରିଥିବା ନେଇ କୌଣସି ଡକୁମେଣ୍ଟ ନଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। କେବଳ ଚନ୍ଦନଙ୍କ ଆଧାରକାର୍ଡ ବ୍ୟବହାର କରି ମୋବାଇଲ ଦୋକାନୀ କଳାବଜାରରେ ନକଲି ସିମ୍ ବିକ୍ରି କରିଛନ୍ତି ନାଁ ଆହୁରି ଅନେକ ଲୋକ ଏପରି ଠକେଇର ଶିକାର ହୋଇଛନ୍ତି ତା’କୁ ନେଇ ରାଜନଗର ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏ ସଂପର୍କରେ ଆଇଆଇସି ଅଜୟ କୁମାର ଜେନାଙ୍କୁ ପଚାରିବାରୁ ଏ ନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button