ପ୍ରଥମ କେମୋ ପୂର୍ବରୁ ହିନା କରିଥିଲେ ଏହି କାମ, ସେୟାର କଲେ ଭିଡିଓ – Kalinga News

[ad_1]
ନୂଆଦିଲ୍ଲୀ: ଟେଲି ଅଭିନେତ୍ରୀ ହିନା ଖାନ କିଛି ଦିନ ତଳେ ତାଙ୍କୁ ସ୍ତନ କର୍କଟ ହୋଇଛି ବୋଲି ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ ଜରିଆରେ ପ୍ରକାଶ କରିଥିଲେ। ସେ କର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି ଏବଂ ଏବେ ଏହାର ଚିକିତ୍ସା କରାଯାଉଛି ବୋଲି ନିଜ ଇନ୍ଷ୍ଟାଗ୍ରାମ୍ରେ ଜଣାଇଥିଲେ ହିନା। ନିଜ ସହ ଜଡ଼ିତ ଏହି ଅପଡେଟ ଦେବା ପରେ ତାଙ୍କ ପୋଷ୍ଟରେ ଅନେକ କଳାକାର କମେଣ୍ଟ କରି ଦୃଢ଼ ରହିବାକୁ କହିଥିବା ଦେଖାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ପୋଷ୍ଟ ପରେ ହିନା ଏବେ ଆଉ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ପ୍ରଥମ କେମୋ ନେବା ପୂର୍ବରୁ କ’ଣ କରିଥିଲେ ତାହା ଦେଖାଇଛନ୍ତି। ଇନଷ୍ଟା ପୋଷ୍ଟରେ ସେ ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ଦେଖାଯାଇଛି ଯେ, ହିନା ଫଟୋସୁଟ୍ କରୁଛନ୍ତି। ଏକ ଆୱାର୍ଡ ସୋ’ରେ ତାଙ୍କୁ ଆୱାର୍ଡ ମିଳିବାକୁ ଥିବା ବେଳେ ସେ ସଜ ହେଇ ସେଠାରେ ପହଞ୍ଚୁଛନ୍ତି। ଏହା ପରେ ଆୱାର୍ଡ ଗ୍ରହଣ କରି ସିଧା ଡାକ୍ତରଖାନାରେ କେମୋ ନେବା ପାଇଁ ଭର୍ତ୍ତି ହେଉଛନ୍ତି। ଭିଡିଓ ଶେଷକୁ ସେ କହୁଛନ୍ତି ଯେ, “ସବୁ ଗ୍ଲାମର ଏବେ ଚାଲିଗଲା। ମୁଁ ବର୍ତ୍ତମାନ ମୋର ପ୍ରଥମ କେମୋ ପାଇଁ ପ୍ରସ୍ତୁତ। ଚାଲ ସୁସ୍ଥ ହେବା।”
[ad_2]




