ପ୍ରେମିକଙ୍କ ବିଷୟରେ କହି ଟ୍ରୋଲ ହେଲେ ପାୟଲ – Kalinga News

[ad_1]
ମୁମ୍ବାଇ: ୟୁଟ୍ୟୁବର ଅରମାନ ମଲିକ ତାଙ୍କ ଦୁଇଜଣ ସ୍ତ୍ରୀ ପାଇଁ ଖୁବ ଚର୍ଚ୍ଚାରେ ପରିସରରେ ଅଛନ୍ତି। ଅନେକ ସମୟରେ ଦୁଇଜଣ ସ୍ତ୍ରୀ ଥିବାରୁ ଅରମାନଙ୍କୁ ଟ୍ରୋଲ ହେବାକୁ ବି ପଡ଼ିଥାଏ।

Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ଅରମାନ, ପାୟଲ ଓ କ୍ରିତିକା ବିଗବସ ଓଟିଟି ସିଜନ-୩ରେ ନଜର ଆସିଛନ୍ତି। ଦୁଇଦିନ ପୂର୍ବରୁ ପାୟଲ ବିଗବସ ଓଟିଟି ସିଜନ -୩ରୁ ବାହାରି ଯାଇଛନ୍ତି। ସମ୍ପ୍ରତି ପାୟଲଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ତାଙ୍କ ପ୍ରେମିକଙ୍କ ବିଷୟରେ ଖୋଲାଖୋଲି ଆଲୋଚନା କରୁଥିବା ଦେଖିବାକୁ ମିଳୁଛି।
ଭିଡିଓରେ ପାୟଲ କହୁଛନ୍ତି, ‘ଆଜି ମୁଁ ଆପଣମାନଙ୍କୁ ଯାହା କହିବାକୁ ଯାଉଛି ତାହା କେବଳ କ୍ରିତିକା ହିଁ ଜାଣିଛନ୍ତି। ମୋର ପିଲାଦିନର ପ୍ରେମିକଙ୍କୁ ଇନଷ୍ଟାଗ୍ରାମରେ ପାଇ ଯାଇଛି। ପିଲାଦିନର ଭଲ ପାଇବା ଭଲପାଇବା ହୋଇଥାଏ। ଯାହାକି ପ୍ରତ୍ୟେକ ଝିଅଙ୍କ ଜୀବନରେ ଘଟିଥାଏ। ଏହାକୁ କିଏ ପ୍ରଘଟ କରିଥାଆନ୍ତି ତ ଆଉ କିଏ ନିଜ ଭିତରେ ଗୋପନ ରଖି ଦେଇଥାଆନ୍ତି।
ସେହି ପିଲାଦିନର ଭଲପାଇବା ମୋତେ ମିଳି ଯାଇଛି। ସେ ମୋତେ ମେସେଜ କରିବାରୁ ମୁଁ ତାଙ୍କୁ ଆଜି ଭେଟିବାକୁ ଯାଉଛି। ଆଜି ମୁଁ କ୍ରିତ୍ରିକାଙ୍କୁ ବି ମୋର ପିଲାଦିନର ବୟଫ୍ରେଣ୍ଡ ସହିତ ଭେଟ କରାଇବି। ଏକଥା ଅରମାନ ବି ଜାଣିଛନ୍ତି। ତାଙ୍କୁ ମୁଁ ଆଗରୁ ଏବିଷୟରେ କହିସାରିଛି।
ଲୋକେ ପାୟଲଙ୍କ ଏହି ଭିଡିଓ ଦେଖିବା ପରେ ଟ୍ରୋଲ କରି କହୁଛନ୍ତି, ‘ଆରେ ତୁମ ପରିବାରରେ ସମସ୍ତେ କ’ଣ ଏପରି।’
[ad_2]