ଖେଳର ସିଧାସଳଖ ପ୍ରସାରଣ ଚାଲିଥିବା ବେଳେ ଚଟାଣରେ ଟଳି ପଡ଼ିଲେ ଖେଳାଳି ହୃଦଘାତରେ ହେଲା ମୃତ୍ୟୁ – Kalinga News
[ad_1]
ନୂଆଦିଲ୍ଳୀ: ବ୍ୟାଡମିଣ୍ଟନ ଦୁନିଆରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ୧୭ବର୍ଷ ବୟସରେ ଚୀନର ବ୍ୟାଡମିଣ୍ଟନ ଖେଳାଳିଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଏହି ଖେଳାଳିଙ୍କ ମୃତ୍ୟୁ ପରେ ଖେଳ ଜଗତରେ ଶୋକରଛାୟା ଖେଳି ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚୀନର ୧୭ବର୍ଷର ବ୍ୟାଡମିଣ୍ଟନ ଖେଳାଳି ଝାଙ୍ଗ ଝିଜି କିଣ୍ଡରଗାର୍ଟନରେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ। ଝିଜିଙ୍କୁ ଗତବର୍ଷ ଚୀନର ନ୍ୟାସନାଲ ୟୁଥ ଟିମରେ ସାମିଲ କରାଯାଇଥିଲା।
ଇଣ୍ଡୋନେସିଆର(ଜକାର୍ତ୍ତା)ରେ ଖେଳ ଚାଲିଥିବା ବେଳେ ଚଟାଣରେ ହଠାତ ଝିଜି ଅଚେତ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Absolutely heartbreaking news coming from the Junior Asian Badminton Championships about the loss of young badminton player Zhang Zhi Jie.
I offer my deepest condolences to Zhang’s family during this devastating time. The world has lost a remarkable talent today.
— Pvsindhu (@Pvsindhu1) June 30, 2024
ଏହି ଘଟଣାର ଖବର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ପାଇବା ପରେ ସେ ବି ଦୁଃଖୀ ହୋଇଯାଇଥିଲେ। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଜୁନିୟର ଏସିଆଇ ବ୍ୟାଡମିଣ୍ଟନ ଚମ୍ପିୟାନସିପରୁ ଯୁବା ବ୍ୟାଡମିଣ୍ଟର ଖେଳାଳି ଝାଙ୍ଗ ଝିଜିଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ଦୁନିଆ ଆଜି ଜଣେ ଅସାଧାରଣ ପ୍ରତିଭାକୁ ହରାଇ ଦେଲା। ଭଗବାନ ଝାଙ୍ଗ ଝିଜିଙ୍କଙ୍କ ପରିବାକୁ ଏଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ।’
[ad_2]