ଖେଳ ଖବର

କୋହଲି, ରୋହିତଙ୍କ ପରେ ଜାଡ଼େଜାଙ୍କ ‌ଟ୍ବେଣ୍ଟି-୨୦ ଅବସର – Kalinga News

[ad_1]

ବାର୍ବାଡସ୍‌: ବିଶ୍ବକପ୍‌ ସହ ବିଶ୍ବ ମଇଦାନରୁ ଅବସର ନେବା ଖୁବ୍ କ୍ବଚିତ ଖେଳାଳିଙ୍କ ଭାଗ୍ୟରେ ଜୁଟିଥାଏ। ଶନିବାର ରାତିରେ ଦକ୍ଷିଣ ଆଫ୍ରିକାକୁ ରୋମାଞ୍ଚକ ଭାବେ ୭ ରନ୍‌ରେ ହରାଇ ଭାରତ ଦ୍ବିତୀୟ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବାର ମାତ୍ର କେଇ ମିନିଟ୍‌ ଭିତରେ ମହାନ ବ୍ୟାଟର୍‌ ବିରାଟ କୋହଲି ଆଉ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବେ ନାହିଁ ବୋଲି ଘୋଷଣା କରି ଦେଇଥିଲେ। ସେହିଭଳି ଭାରତ ବିଶ୍ବକପ୍‌ ଗୌରବମଣ୍ଡିତ ହେବା ପରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ସମାନ ଧାରାରେ ସାମିଲ ହୋଇଯାଇଥିଲେ। ଦିନକ ପରେ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡ଼େଜା ମଧ୍ୟ ତାଙ୍କ ‌ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳ ଜୀବନରେ ପୂର୍ଣ୍ଣଛେଦ ପଡ଼ିଲା ବୋଲି ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଜାଡ଼େଜା ଲେଖିଛନ୍ତି ‘‘ସହୃଦୟତାର ସହ ମୁଁ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବିଦାୟ ଜଣାଉଛି।

ଏକ ବିଶ୍ବସ୍ତ ଅଶ୍ବ ଭଳି ମୁଁ ସବୁବେଳେ ପଡ଼ିଆରେ ଦେଶ ପାଇଁ ଶତ ପ୍ରତିଶତ ଦେଇଛି। ଅନ୍ୟ ଫର୍ମାଟରେ ମୁଁ ଏହି ସଙ୍କଳ୍ପ ବଦଳିବାର ନାହିଁ’’। ବିଶ୍ବକପ୍‌ ଜିତିବା ଏକ ବାସ୍ତବ କୃତିତ୍ବ ଏବଂ ମୋ ଟ୍ବେଣ୍ଟି-୨୦ ଖେଳ ଜୀବନର ଗୌରବମୟ ମୁହୂର୍ତ୍ତ। ଅଭୁଲା ମୁହୂର୍ତ୍ତ, ଦର୍ଶକଙ୍କ ଗର୍ଜନ ଓ ନିରଂତର ସମର୍ଥନ ପାଇଁ ମୁଁ କୃତଜ୍ଞ ବୋଲି ଜାଡ଼େଜା ଉଲ୍ଲେଖ କରିଛନ୍ତି। ୨୦୦୯ ମସିହାରେ ଅନ୍ତର୍ଜାତୀୟ ‌ଟ୍ବେଣ୍ଟି-୨୦ ପଦାର୍ପଣ କରିଥିବା ଜାଡ଼େଜା ଭାରତ ପାଇଁ ମୋଟ ୭୪ ମ୍ୟାଚ୍‌ ଖେଳି ବ୍ୟାଟ୍ ଓ ବଲ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ମୋଟ ୫୧୫ ରନ୍ ସଂଗ୍ରହ କରିବା ସହ ୫୪ ୱିକେଟ୍ ନେଇଥିଲେ। ଭାରତ ପାଇଁ ସେ ମୋଟ ୬ଟି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପ୍ରତିନିଧିତ୍ବ କରିଥ‌ିଲେ। ଭାରତ ୧୭ ବର୍ଷ ପରେ ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ଜିତିବା ଗୌରବ ପାଇଥିବା ବେଳେ ଜାଡ଼େଜା ବି ଏହାର ଅଂଶବିଶେଷ ହୋଇପାରିଛନ୍ତି। ଏହି ଅବସରର ଘୋଷଣା ସହ ଜାଡ଼େଜା କିନ୍ତୁ ସ୍ପଷ୍ଟ କରିଛନ୍ତି ଟେଷ୍ଟ୍ ଓ ଦିନିକିଆ ଖେଳ ଜାରି ରଖିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button