ଖେଳ ଖବର

ପାଣ୍ଡ୍ୟାଙ୍କୁ ୪.୩ କୋଟି ଠକିଲେ ସାବତ ଭାଇ – Kalinga News

[ad_1]

ବରୋଦା: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ଭାରତୀୟ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଓ ତାଙ୍କ ବଡ଼ ଭାଇ ତଥା ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଅଲରାଉଣ୍ଡର୍ କ୍ରୁନାଲ ପାଣ୍ଡ୍ୟାଙ୍କୁ ସାବତ ଭାଇ ବୈଭବ ପାଣ୍ଡ୍ୟା ୪.୨୫ କୋଟି ଟଙ୍କା ଠକି ମୁମ୍ବାଇ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି। ସୂଚନା ଅନୁସାରେ ହାର୍ଦିକ ଓ କ୍ରୁନାଲଙ୍କ ସହ ମିଶି ବୈଭବ ୨୦୨୧ ମସିହାରେ ଏକ କଂପାନି ଗଠନ କରି ପଲିମର ବ୍ୟବସାୟ ଆରମ୍ଭ କରିଥି‌ଲେ। ବୈଭବ କଂପାନିର ପରିଚାଳନା ଦାୟିତ୍ବରେ ଥିଲେ। ଚୁକ୍ତି ଅନୁଯାୟୀ ହାର୍ଦିକ ଓ କ୍ରୁନାଲଙ୍କୁ ଲାଭର ୪୦ ପ୍ରତିଶତ ଲେଖାଏଁ ଓ ବୈଭବଙ୍କୁ ୨୦ ପ୍ରତିଶତ ମିଳିବାର ଥିଲା। ହେଲେ ବୈଭବ ଚୁକ୍ତି ଖିଲାପ କରି ନିଜ ନାଁରେ ଆଉ ଏକ କଂପାନି ଗଠନ କରି ମୂଳ କଂପାନିରୁ ଅର୍ଥ ହଡ଼ପ କରିଥିଲେ।

ଏହି ଛଦ୍ମ କଂପାନିକୁ କୋଟି କୋଟି ଟଙ୍କା ପଠାଇ ଦେଇଥିଲେ। ଫଳରେ ମୂଳ କଂପାନିର ଲାଭ କମି କମି ଚାଲିଥିଲା। ସେହିଭଳି ହାର୍ଦିକ ଓ କ୍ରୁନାଲଙ୍କ ଅଗୋଚରରେ ଚୁକ୍ତିରେ ଅଦଳବଦଳ କରି ସେ ମଧ୍ୟ ନିଜ ଅଂଶଧନକୁ ବଢ଼ାଇ ଦେଇଥିଲେ। ଜାଲ ଦସ୍ତଖତ କରି କଂପାନିର କାରବାରକୁ ଏପଟ ସେପଟ କରିଥିଲେ। ଏକଥା ଜାଣିବା ପରେ ଉଭୟ ହାର୍ଦିକ ଓ କ୍ରୁନାଲ ଏହି ବିଷୟରେ ବୈଭବଙ୍କୁ ପଚାରିଥିଲେ। ହେଲେ ଦୋଷ ମାନିବା ପରିବର୍ତ୍ତେ ବୈଭବ ସେମାନଙ୍କୁ ନାନା ପ୍ରକାର ଧମକ ଚମକ ଦେଇଥିଲେ। ବାଧ୍ୟ ହୋଇ ହାର୍ଦିକ ଓ କ୍ରୁନାଲ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ଦ୍ବାରସ୍ଥ ହୋଇଥିଲେ। ତଦନ୍ତ ପରେ ବୈଭବ ଦୁର୍ନୀତି କରିଥିବା ସ୍ପଷ୍ଟ ହେବା ପରେ ଇଓଡବ୍ଲ୍ୟୁ ବୈଭବଙ୍କୁ ଗତ ୮ ତାରିଖରେ ଗିରଫ କରିଥିଲା। କୋର୍ଟ ତାଙ୍କୁ ୧୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି। ଏହି ଘଟଣାରେ ଆହୁରି ଅଧିକ ଲୋକ ଜଡ଼ିତ ଥିବା ଇଓଡବ୍ଲ୍ୟୁ ଆଶଙ୍କା କରୁଛି। ଆସନ୍ତା କିଛି ଦିନ ଭିତରେ ମାମଲାର ପର୍ଦ୍ଦାଫାଶ କରିବୁ ବୋଲି ଇଓଡବ୍ଲ୍ୟୁର ଜଣେ ଅଧିକାରୀ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button