ଖେଳ ଖବର

ଯୁବପିଢ଼ିଙ୍କ ଭିତରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ଓମ୍ବାଡସି ସହାୟତାରେ ବହୁମୁଖୀ ଇନଡୋର ଷ୍ଟାଡିୟମ – Kalinga News

[ad_1]

ଖଣି ପ୍ରଭାବିତ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ଯାଜପୁରରେ ବହୁମୁଖୀ ଇନଡୋର ଷ୍ଟାଡିୟମ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଗାଁ ଓ ସହରରେ ଥିବା ଯୁବପିଢ଼ିଙ୍କ ଭିତରେ କ୍ରୀଡ଼ା ପ୍ରତିଭା ବିକଶିତ କରିବା ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏହି କ୍ରମରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ବିଭିନ୍ନ ସ୍ଥାନରେ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଉଛି। ରାଜ୍ୟର ୫ଟି ଖଣି ପ୍ରଭାବିତ ଜିଲ୍ଲାର ୧୧ଟି ସହରରେ ଏହି ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ଲାଗି ଆର୍ଥିକ ସହାୟତା ଯୋଗାଇ ଦେଉଛି ଓମ୍ବାଡସି। ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ସହାୟତାରେ ନିର୍ମାଣ ହୋଇଥିବା ଏହି ବହୁମୁଖୀ ଇନଡୋର ଷ୍ଟାଡିୟମରେ ରହିଛି ଭାରୋତ୍ତଳନ, ବ୍ୟାଡମିଣ୍ଟନ ଏବଂ ଟେବୁଲ୍ ଟେନିସ୍ କୋର୍ଟ। ଏହି କ୍ରୀଡ଼ାରେ ଆଗକୁ ବଢ଼ିବାକୁ ଚାହୁଁଥିବା ଯୁବପିଢ଼ି ଏଠାରେ ଆସି ନିୟମିତ ଅଭ୍ୟାସ କରିବାର ସୁବିଧା ପାଉଛନ୍ତି। ଏହି ଅଭ୍ୟାସ ଫଳରେ ସେମାନଙ୍କ ଭିତରେ ରାଜ୍ୟ ତଥା ଜାତୀୟ ସ୍ତରର ପ୍ରତିଯୋଗିତା ଲାଗି ଆଗ୍ରହ ସୃଷ୍ଟି କରୁଛି।

ବର୍ତ୍ତମାନ ସମୟରେ ଶାରୀରିକ ଭାବେ ଫିଟ୍ ରହିବା ପାଇଁ ସମସ୍ତେ ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବହୁମୁଖୀ ଇନଡୋର ଷ୍ଟାଡିୟମ ପରିସରରେ ଆଧୁନିକ ବ୍ୟାୟାମ ଓ ଯୋଗାଭ୍ୟାସ କେନ୍ଦ୍ର ସ୍ଥାପନ କରାଯାଇଛି। ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସ୍ଥାନୀୟ ଅଞ୍ଚଳର ଖେଳାଳିଙ୍କ ସହିତ ବିଭିନ୍ନ ବର୍ଗର ଲୋକ ଏହି କେନ୍ଦ୍ରକୁ ଆସି ବ୍ୟାୟାମ ଓ ଯୋଗାଭ୍ୟାସ କରୁଛନ୍ତି। ବ୍ୟାୟାମ ପାଇଁ ଆଧୁନିକ ଉପକରଣ ସହିତ ପ୍ରଶିକ୍ଷକ ମଧ୍ୟ ନିୟୋଜିତ ହୋଇଛନ୍ତି। ଓମ୍ବାଡସି ସହାୟତାରେ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଓ ବ୍ରଜରାଜନଗର, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ବୀରମିତ୍ରପୁର ଓ ରାଜଗାଙ୍ଗପୁର, କେନ୍ଦୁଝର ଜିଲ୍ଲାର ବଡ଼ବିଲ, ଯୋଡା, ଆନନ୍ଦପୁର ଓ ଚମ୍ପୁଆ ସହରରେ ଏହି ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ରହିଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ଉଦଳା ଏବଂ ଯାଜପୁର ଜିଲ୍ଲାର ବ୍ୟାସନଗରଠାରେ ଏହି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି।

ଆଧୁନିକ ଢାଞ୍ଚାରେ ଏହି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ଭିତ୍ତିଭୂମିକୁ ଅସ୍ଥାୟୀ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବ। ତା’ଛଡ଼ା କୋଭିଡ୍‌ ଭଳି ମହାମାରୀ ସମୟରେ ମଧ୍ୟ ଏହାକୁ ଲୋକମାନଙ୍କ ସୁବିଧା ପାଇଁ ବ୍ୟବହାର କରାଯାଇପାରିବ। ବହୁମୁଖୀ ଇନଡୋର ଷ୍ଟାଡିୟମ ସହିତ ଓମ୍ବାଡସି ସହାୟତାରେ ରାଜ୍ୟର ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା, ପାନୀୟ ଜଳ, ରାସ୍ତା ସଂଯୋଗୀକରଣ ଏବଂ ଜୀବିକା ଆଦି କ୍ଷେତ୍ରରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଚାଲିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button