ଖେଳ ଖବର
ସିଲି ପଏଣ୍ଟ୍: ଭଙ୍ଗା ଆଇଫୋନ୍ ଲାଗି ଗ୍ଲୋଭ୍ସ – Kalinga News

[ad_1]
ପଞ୍ଜାବ କିଙ୍ଗ୍ସ ବିପକ୍ଷ ରବିବାର ମ୍ୟାଚ୍ ପୂର୍ବରୁ ଧର୍ମଶାଳାସ୍ଥିତ ହିମାଚଳପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଅଭ୍ୟାସ କରିଥିଲା। ଏହି ଅଭ୍ୟାସ ବେଳେ ନେଟ୍ସରେ ବ୍ୟାଟିଂ କରୁଥିବା ଡାରିଲ ମିଚେଲ୍ଙ୍କ ଶକ୍ତିଶାଳୀ ସଟ୍ ଷ୍ଟାଡିୟମ୍ରେ ଥିବା ଜଣେ ପ୍ରଶଂସକଙ୍କ ଶରୀରରେ ବାଜିଥିଲା। ଏହି ବଲ୍ ମାଡ଼ରେ ସେ ସିଟ୍ରୁ ତଳକୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ଆଇଫୋନ୍ଟି ଭାଙ୍ଗି ଯାଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ମିଚେଲ ନେଟ୍ସରେ ତାଙ୍କ ସଟ୍ ପାଇଁ ପ୍ରଶଂସକଙ୍କୁ ଖାଲି କ୍ଷମା ମାଗି ନଥିଲେ। ତାଙ୍କର ଗ୍ଲୋଭ୍ସକୁ ଆହତ ପ୍ରଶଂସକଙ୍କୁ ଦେଇଥିଲେ। ପ୍ରଶଂସକଙ୍କ ଜଣକ ଏହି ଭିଡିଓକୁ ମଧ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିଛନ୍ତି। ସୂଚନାଯୋଗ୍ୟ, ରବୀନ୍ଦ୍ର ଜାଡ଼େଜା (୪୩ ରନ୍, ୩/୨୦)ଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ଚେନ୍ନାଇ ୨୮ ରନ୍ରେ ପଞ୍ଜାବ କିଙ୍ଗ୍ସକୁ ହରାଇଥିଲା।
[ad_2]