ଅପରାଧ

ଅଳିଆ ଉଠାଉଥିବା ମହିଳା ଚୋର ଠାରୁ ଅଢ଼େଇ ଲକ୍ଷ ଟଙ୍କା ଜବତ କଲା ପୁଲିସ – Kalinga News

[ad_1]

ନୂଆଦିଲ୍ଲୀ: ଗୁଜୁରାଟର ନବସାରିରୁ ଚୋରିର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନିକଟରେ ପୁଲିସ ହାତରେ ଧରାପଡ଼ିଥିବା ମହିଳା ଚୋର ଗତ ୧୨ବର୍ଷ ହେବ ଚୋରି କରି ଆସୁଥିବା ସ୍ବୀକାର କରିଛି।

ସୂଚନାଯୋଗ୍ୟ, ନବସାରି ଜିଲ୍ଲାର କ୍ରାଇମ ବ୍ରାଞ୍ଚ ଜଣେ ମହିଳା ଚୋରକୁ ଧରିଛି। ଗିରଫ ଚୋର ଠାରୁ ପାଖାପାଖି ନଗଦ ଅଢ଼େଇ ଲକ୍ଷ ଟଙ୍କା ସହିତ ୪୦୦ଗ୍ରାମର ସୁନ ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଗିରଫ ମହିଳା ଚୋର ଦିନ‌ରେ ଗାଁ ଗାଁ ବୁଲି ଅଳିଆ ଉଠାଇବା କାମ କରେ। ଅଳିଆ ଉଠାଇବା ସହିତ ସେ ସୁ‌ଯୋଗ ‌ଦେଖି ଲୋକଙ୍କ ଘରୁ ଚୋରି ବି କରିଥାଏ। ଏହାପରେ ସନ୍ଧ୍ୟାରେ ସେ ଭଲଭଲ ‌ପୋଷାକ୍ ଓ ଅଳଙ୍କାର ପିନ୍ଧି ମଲକୁ ସପିଂ ପାଇଁ ଯାଇଥାଏ।

ନବସାରି ପୁଲିସକୁ ଖବର ମିଳିଥିଲା କି, ବିଲିମୋରା ସହରରେ ୭ଲକ୍ଷ ୮୫ହଜାର ଟଙ୍କାର ଚୋରି ହୋଇଥିଲା। ଏହାପରେ ପୁଲିସ ମାମଲା ରୁଜୁ କରି ଚୋରକୁ ଖୋଜିବା ଆରମ୍ଭ କରିଥିଲେ। ଯାଞ୍ଚ କରି ପୁଲିସ ଏକ ମଲର ସିସିଟିଭି ଫୁଟେଜ ଜବତ କରିଥିଲା। ଏହି ଫୁଟେଜରୁ ପୁଲିସ ଜଣେ ମହିଳା ଉପରେ ସନ୍ଦେହ କରି ତାକୁ କାବୁ କରିଥିଲା। କାବୁ କରିବା ପରେ ପୁଲିସ ମହିଳା ନିକଟରୁ ନଗଦ ୨.୫ଲକ୍ଷ ଟଙ୍କା ଓ ୪୦୦ଗ୍ରାମର ସୁନା ଜବତ କରିଥିଲା।

ଗିରଫ ପରେ ମହିଳା ସ୍ବୀକାର କରିଛି ଯେ, ସେ ଗତ ୧୨ ବର୍ଷ ହେବ ସୁରଟ, ତାପି, ଭରୁଚ ଓ ବଲସାଡ଼ ଜିଲ୍ଲାରେ ଅଳିଆ ଉଠାଇବା ସହିତ ଘରେ ପଶି ଚୋରି କରିଥାଏ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button