ଦିଲ୍ଲୀରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଓ ୨ ଉପ ମୁଖ୍ୟମନ୍ତ୍ରୀ – Kalinga News
[ad_1]
ଭୁବନେଶ୍ୱର : ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂଦେଓ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟୁଛନ୍ତି । ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଛନ୍ତି ଟିମ୍ ମୋହନ । ନର୍ଥ ବ୍ଲକରେ ଅର୍ଥମନ୍ତ୍ରାଳୟ ଯାଇ ସାକ୍ଷାତ କରିଥିଲେ । ରାଜ୍ୟର ଅର୍ଥନୀତି, ବିକାଶ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । ସେହିପରି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀକୁ ମଧ୍ୟ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଓ ୨ ଉପ ମୁଖ୍ୟମନ୍ତ୍ରୀ । ସୌଜନ୍ୟ ମୂଳକ ସାକ୍ଷାତ କାଳରେ ରାଜ୍ୟରେ ଜାତୀୟ ରାଜପଥର ଉନ୍ନତିକରଣ, ନିର୍ମାଣାଧୀନ ରାଜପଥକୁ ତ୍ବରାନ୍ବିତ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଥିବା ସୂଚନା ମିଳିଛି ।
୩ ଦନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ଆଜି ଗୃହମନ୍ତ୍ରୀ ଅମିତ ଶାହ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଜେପି ସାଂଗଠନିକ ସଂପାଦକ ବିଏଲ ସନ୍ତୋଷୀ, ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଓଡ଼ିଶାର ସ୍ବାର୍ଥ ସମ୍ବଳିତ ବିଷୟ ଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ରାଜ୍ୟର ବିକାଶ ପାଇଁ କେନ୍ଦ୍ରର ସହଯୋଗ କାମନା କରୁଛନ୍ତି ମୋହନ ମାଝୀ ଦୁଇ ଉପମୁଖ୍ୟମନ୍ତ୍ରୀ । ଡବଲ ଇଞ୍ଜିନ୍ ସରକାରରେ ଓଡ଼ିଶାର ସବୁ ସମସ୍ୟା ସମାଧାନ ହେବ । ନୂତନ ଓଡ଼ିଶା ଗଠନ ପାଇଁ ରୋଡ ମ୍ୟାପ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
The post ଦିଲ୍ଲୀରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଓ ୨ ଉପ ମୁଖ୍ୟମନ୍ତ୍ରୀ appeared first on KNews Odisha.
[ad_2]