ଫ୍ରାଇଡେ’ ରିଲିଜ୍: ଭୁବନେଶ୍ବରରେ କଳକୀର ୮୭ ସୋ – Kalinga News

[ad_1]
ଭୁବନେଶ୍ବର: ସାଉଥ୍ ସୁପରଷ୍ଟାର ପ୍ରଭାସ ଅଭିନିତ ଆକ୍ସନ ଫିଲ୍ମ କଳକୀ-୨୮୯୮ ଏଡି ଆଜି ରିଲିଜ୍ ହୋଇଛି। ଫିଲ୍ମର ଟ୍ରେଲର ଆସିବା ପରେ ସାରା ଦେଶରେ ରିଲିଜ୍କୁ ଅପେକ୍ଷା କରିଥିଲେ ଦର୍ଶକ। ଆଉ ଆଜି ଫିଲ୍ମ ରିଲିଜ୍ ହେବା ପରେ ସିନେମା ହଲ୍ରେ ସିନେମା ଦେଖିବା ପାଇଁ ଲମ୍ବା ଧାଡ଼ି ଲାଗିଛି। ଦେଶର ବିଭିନ୍ନ ସହର ସମେତ ଓଡ଼ିଶାରେ ମଧ୍ୟ କଳକୀର କ୍ରେଜ୍ ଜବରଦସ୍ତ ରହିଛି। ଆଜି ଫିଳ୍ମ ରିଲିଜ୍ ହୋଇଥିବା ବେଳେ ଗତ କାଲି ଠାରୁ ଆସନ୍ତା ୩ ଦିନ ଯାଏ ଅଧିକାଂଶ ସୋ ବୁକ୍ ହୋଇଯାଇଛି। ଆଜି ରାତି ନପାହୁଣୁ ସିନେମା ହଲ୍ରେ ପ୍ରଭାସଙ୍କ ପ୍ରଶଂସକଙ୍କୁ ଦେଖିବାକୁ ମିଳିଥିଲା। ନାଗ୍ ଅଶ୍ବିନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ସମୟରେ ହିନ୍ଦୀ ସମେତ ତେଲଗୁ, ତାମିଲ, କନ୍ନଡ, ମାଲାୟଲମ୍ ଭାଷାରେ ରିଲିଜ୍ ହୋଇଛି। ପ୍ରଭାସଙ୍କ ସହ ଦୀପିକା ପାଦୁକୋନ୍, ଅମିତାଭ ବଚ୍ଚନ, କମଲ ହାସନ, ଦିଶା ପଟାନୀ, ପଶୁପତି ରାମସ୍ବାମୀ, ଶାଶ୍ବତ ଚାଟାର୍ଜୀ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମଟି ଆକ୍ସନରେ ଭରପୁର ଥିବା ବେଳେ ଏହାର ଅଧିକାଂଶ ଦୃଶ୍ୟ ହଲିଉଡ୍ ଫିଲ୍ମ ଭଳି ଦର୍ଶକଙ୍କୁ ଲାଗିବ। ସବୁଠାରୁ ବଡ଼ କଥା ହେଲା ଆଜି କେବଳ ଭୁବନେଶ୍ବରରେ ହିନ୍ଦୀ ଓ ତେଲଗୁ ଭାଷାର କଳକୀର ୮୦ରୁ ଅଧିକ ସୋ ଲାଗିଥିବା ବେଳେ ଆସନ୍ତାକାଲି ଶୁକ୍ରବାର ୮୭ଟି ସୋ ଲାଗିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ହିନ୍ଦୀ ସୋ ୭୩ଟି ଓ ୧୪ଟି ତେଲଗୁ ସୋ ରହିଛି। ଟୁ-ଡି ଓ ଥ୍ରିଡି ସ୍କ୍ରିନ୍ ସୋ ମିଶାଇ ଏସ୍ପ୍ଲାନେଡ୍ରେ ୧୮ଟି ସୋ, ବିଏମ୍ସି ଭବାନୀ ମଲ୍ ଓ ଡିଏନ୍ ରେଗାଲିଆରେ ୮ଟି ଲେଖାଏ ସୋ, ସିମ୍ଫୋନି ମଲ୍ରେ ୭ ଟି, ଉତ୍କଳ କନିକା ଗ୍ୟାଲେରିଆରେ ୧୦ଟି, ପିଜେ ମୁଭିଜ୍ ଜଟଣୀରେ ୭ଟି ସୋ, ସ୍ବାତୀ ସିନେକମ୍ପଲେକ୍ସରେ ୫ଟି, ସ୍ତୁତିରେ ୨ଟି, ମହାରାଜାରେ ୫ଟି ସୋ ଏବଂ କେଶରୀରେ ୪ଟି ସୋ ଲାଗିଛି। ୨ଡି ଟିକେଟ୍ର ମୂଲ୍ୟ ୧୩୦ ଟଙ୍କାରୁ ୮୦୦ ଟଙ୍କା ରହିଛି। ସେହିପରି ୩ଡି ସୋ ଗୁଡ଼ିକର ମୂଲ୍ୟ ୪୦୦ ଟଙ୍କାରୁ ୧୦୦୦ ଟଙ୍କା ରହିଛି। ଓଡ଼ିଶାରେ ତେଲଗୁ ସୋ ମଧ୍ୟ ଲାଗିଛି। ଉତ୍କଳ କନିକା ଗ୍ୟାଲେରିଆରେ ଦିନ ୧୦ଟା ଗୋଟିଏ ସୋ, ପିଜେ ମୁଭିଜ୍ ଜଟଣୀରେ ସକାଳ ୯ଟା ୩୦ ଓ ରାତି ୯ଟାରେ ୨ଟି ଟୁ-ଡି ସୋ ଲାଗିଛି। ଏସ୍ପ୍ଲାନେଡ୍ ଓ ଡିଏନ୍ ରେଗାଲିଆରେ ୩ଟି ଲେଖାଏ, ସିମ୍ପୋନି ମଲ୍, ଉତ୍କଳ କନିକା ଗ୍ୟାଲେରିଆରେ ୨ଟି ଲେଖାଏ ଏବଂ ସ୍ତୁତି ଓ ସ୍ବାତୀ ସିନେକମ୍ପଲେକ୍ସରେ ଗୋଟିଏ ଲେଖାଏ ଥ୍ରିଡିସୋ ଲାଗିଛି।
[ad_2]