ଚଳନ୍ତା ଅବସ୍ଥାରେ ‘ମୋ ବସ୍ ’ରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର – Kalinga News
[ad_1]
କଟକ : ଜଳିଗଲା ‘ମୋ ବସ୍ ’। ଚଳନ୍ତା ଅବସ୍ଥାରେ ‘ମୋ ବସ୍ ’ରେ ଲାଗିଲା ନିଆଁ । କଟକ ସିଡିଏ ସେକ୍ଟର-୯ ରାସ୍ତା ଉପରେ ଜଳିଗଲା ‘ମୋ ବସ୍ ’। ଫଳରେ ବସ୍ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି । ପ୍ରଥମେ ବସ୍ର ସମ୍ମୁଖ ଭାବରେ ନିଆଁ ଲାଗିଥିବା ଦେଖି ଚାଳକ ଜଣକ ବସ୍କୁ ଅଟକାଇଥିଲେ । ଏହା ପରେ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଆଜି ସକାଳୁ ହଠାତ ମୋ ବସରେ ନିଆଁ ଲାଗିଯାଇଥିଲା । ଫଳରେ ବସର କିଛି ଅଂଶ ପୋଡି ସମୂର୍ଣ୍ଣ ନଷ୍ଟ ହୋଇଯାଇଛି । ନିଆଁ କେଉଁଥି ପାଇଁ ଲାଗିଲା ତାହାର କାରଣ ଜଣାପଡିନାହିଁ ।
ସୂଚନା ଅନୁସାରେ ଗତବର୍ଷ ମଧ୍ୟ ରାଉରକେଲାରୁ ବେଦବ୍ୟାସ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ମୋ ବସ୍ରେ ନିଆଁ ଲାଗିଥିଲା । ବେଦବ୍ୟାସ ନିକଟ ଟିସିଆଇ ଛକରେ ଏହି ଅଘଟଣ ଘଟିଥିଲା । ସୌଭାଗ୍ୟବଶତଃ ବସ୍ରେ ଥିବା ଯାତ୍ରୀମାନେ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ମୋ ବସ୍ରେ ଯାନ୍ତ୍ରିକ ତ୍ରୁଟି ପାଇଁ ନିଆଁ ଲାଗିଥିବା ସୂଚନା ମିଳିଥିଲା । ପ୍ରଥମେ ବସ୍ରେ ଧୀରେ ଧୀରେ ନିଆଁ ଲାଗିଥିଲା । ପରେ ପୂରା ବସ୍ ନିଆଁର ଆଁକୁ ଚାଲିଯାଇଥିଲା । ଫଳରେ ହୁତୁ ହୁତୁ ହୋଇ ଜଳିବାରେ ଲାଗିଥିଲା । ତେବେ ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।
The post ଚଳନ୍ତା ଅବସ୍ଥାରେ ‘ମୋ ବସ୍ ’ରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର appeared first on KNews Odisha.
[ad_2]