ଖେଳ ଖବର

ଇଂଲଣ୍ଡଠୁ ମଧୁର ପ୍ରତିଶୋଧ: ଫାଇନାଲ୍‌ରେ ଭାରତ – Kalinga News

[ad_1]

୧୦ବର୍ଷ ପ୍ରତୀକ୍ଷାର ଅବସାନ

‌େପ୍ରାଭିଡେନ୍ସ: ଗତ ସଂସ୍କରଣ ସେମିଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇ ଭାରତ ଚଳିତ‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ୨ ବ‌ର୍ଷ ତଳେ ଆଡିଲେଡ୍ ଓଭାଲରେ ଭାରତକୁ ସେମିଫାଇନାଲ୍‌ରେ ୧୦ ୱି‌କେଟ୍‌ରେ ହରାଇ ଇଂଲଣ୍ଡ ଫାଇନାଲ୍ ଖେଳିବା ସହ ପାକିସ୍ତାନକୁ ହରାଇ ବିଜେତା ହୋଇଥିଲା। ଭାରତ ଏବେ ଏହାର ଠିକଣା ପ୍ରତିଶୋଧ ନେଇଛି। ଗୁରୁବାର ବିଳମ୍ବିତ ରାତିରେ‌ ଖେଳାଯାଇଥିବା ବର୍ଷାବାଧାପ୍ରାପ୍ତ ଦ୍ବିତୀୟ ସେମିଫାଇନାଲ୍‌ରେ ଭାରତ ଶୋଚନୀୟ ଭାବେ ଇଂଲଣ୍ଡକୁ ୬୮ ରନ୍‌ରେ ହରାଇଦେଇଛି। ଏଥି ସହ ଶନିବାର ଦକ୍ଷିଣ ଆଫ୍ରିକା ସହ ଭାରତ ବାର୍ବାଡସ୍‌ରେ ଫାଇନାଲ୍ ଖେଳିବା ନିଶ୍ଚିତ ହୋଇଛି। ଏହି ବିଜୟ ସହ ଭାରତ ୧୦ବର୍ଷ ପରେ ଟି-୨୦ ବିଶ୍ବକପ୍‌ ଫାଇନାଲରେ ପହଞ୍ଚିଛି। ୨୦୧୪ରେ ଭାରତ ଶେଷଥର ପାଇଁ ଏହି ଫର୍ମାଟ୍‌ ବିଶ୍ବକପ୍‌ ଫାଇନାଲ୍‌ ଖେଳିଥିଲା।

ଗୁରୁବାର ରୋହିତ ଶର୍ମା (୩୯ ବଲ୍‌ରୁ ୫୭ ରନ୍) ଏବଂ ସୂର୍ଯ୍ୟକୁମାର ୟାଦବ (୩୬ ବଲ୍‌ରୁ ୪୭ ରନ୍)ଙ୍କ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ ପରେ ଭାରତୀୟ ବୋଲର ଅବଶିଷ୍ଟ କାମକୁ ସୂଚାରୁରୂପେ ତୁଲାଇ ଦେଇଥିଲେ। ଭାରତ ୧୭୧ ରନ୍‌ କରିବା ପରେ ଇଂଲିସ୍ ବ୍ୟାଟରଙ୍କୁ ଭାରତୀୟ ସ୍ପିନର୍‌ ୨୦ ବଲ୍‌ ପୂର୍ବରୁ ୧୦୩ ରନ୍‌ରେ ଅଲ୍ଆଉଟ୍ କରି ଦେଇଥିଲେ। ବିଶେଷ କରି ଅକ୍ଷର ପଟେଲ୍‌ ନିଜ ପ୍ରଥମ ୩ ଓଭରରେ ପ୍ରତିଥର ପ୍ରଥମ ବଲ୍‌ରେ ୱିକେଟ୍‌ ନେବାରୁ ଇଂଲଣ୍ଡ ଅଣ୍ଟା ଭାଙ୍ଗିଯାଇଥିଲା। ଅକ୍ଷର ପଟେଲ୍ (୪-୦-୨୩-୩)ଙ୍କୁ ତାଳ ଦେଇ ଅନ୍ୟତମ ବାମହାତୀ ସ୍ପିନର୍‌ କୁଲଦୀପ ୟାଦବ (୪-୦-୧୯-୩) ମଧ୍ୟ ଇଂଲଣ୍ଡକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇ ନଥିଲେ। ଭାରତର ପ୍ରିମିୟମ୍ ବୋଲର ଯଶପ୍ରୀତ୍ ବୁମରା (୨.୪-୦-୧୨-୨) ମଧ୍ୟ ଭାରତର ବିଜୟର ପ୍ରମୁଖ ଭୂମିକା ତୁଲାଇଥିଲେ। ଅବଶିଷ୍ଟ ୨ ୱିକେଟ ଭାରତୀୟ କ୍ଷେତ୍ରରକ୍ଷକ ରନ୍‌ଆଉଟ୍ ରୂପରେ ହାସଲ କରିଥିଲେ। ଅକ୍ଷର ପଟେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button