ଖେଳ ଖବର

ଡବ୍ଲୁପିଏଲ ଚାମ୍ପିଅନ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – Kalinga News

[ad_1]

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଡବ୍ଲୁପିଏଲ ( ମହିଳା ପ୍ରିମିୟର ଲିଗ)  ଜିତିବାରେ ସଫଳ ହୋଇଛି । ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ଓ୍ବିକେଟରେ ପରାସ୍ତ କରିଛି।

ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିବା ପରେ ବ୍ୟାଟ୍ସମ୍ୟାନମାନେ ଲଢୁଆ ବ୍ୟାଟିଂ କରି ଟ୍ରଫି ହାତେଇଥିଲେ ।

ଏହି ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ମେଗ୍ ଲାନିଂ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମେଗ୍ ଲାନିଂ ଓ ଶେଫାଲି ବର୍ମା ମଧ୍ୟ ଦଳକୁ ଭଲ ଆରମ୍ଭ ଦେବାରେ ସଫଳ ହୋଇଥିଲେ। କିନ୍ତୁ ଏହା ପରେ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜ୍ ରେ ରହିପାରିନଥିଲେ। ଭଲ ଆରମ୍ଭ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସ୍ପିନରଙ୍କ ଆଗରେ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସ ୧୮.୩ ଓଭରରେ ୧୧୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହାପରେ ଆରସିବି ୧୯.୩ ଓଭରରେ ଏହି ଟାର୍ଗେଟକୁ ପିଛା କରି ଟାଇଟଲ ହାସଲ କରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button