ଖେଳ ଖବର

ଭାରତର ଯାତ୍ରା ଖର୍ଚ୍ଚ ୩୩.୬୮ କୋଟି ଟଙ୍କା – Kalinga News

[ad_1]

ନୂଆଦିଲ୍ଲୀ: ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍ସ ଲାଗି ଭାରତୀୟ ଦଳର ଯାତ୍ରା ଖର୍ଚ୍ଚ ୩୩.୬୮ କୋଟି ଟଙ୍କା ହେବ। ଯାହା ଗତ ଟୋକିଓ ଅଲିମ୍ପିକ୍ସର ଦୁଇ ଗୁଣ। ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ପ୍ୟାରିସ୍‌ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ଲାଗି ଖେଳାଳି, ସ ପୋର୍ଟ ଷ୍ଟାଫ୍‌, ସରକାର ଓ ଆଇଓଏ ପ୍ରତିନିଧିଙ୍କ ଗସ୍ତ, ରହଣୀ, କ୍ରୀଡ଼ା ସଂରଜାମ ଓ ଲଜିଷ୍ଟିକ୍ସକୁ ନେଇ ଏକ ବିସ୍ତୃତ ବଜେଟ ପ୍ରସ୍ତୁତ କରିଛି ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)। ଗତ ସଂସ୍କରଣରେ ସରକାର ଏଥିଲାଗି ୧୩.୧୩ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଏବେ ୧୯୫ ସଦସ୍ୟଙ୍କୁ ଲାଗି ଏହି ବଜେଟ ହୋଇଛି। କ୍ରୀଡ଼ା ସମ୍ବଦ୍ଧୀୟ କାର୍ଯ୍ୟକଳାପ, ପଦକ ଜିତୁଥିବା ଦଳ ଓ କ୍ରୀଡ଼ାବିତ୍‌ଙ୍କ ପୁରସ୍କାର ବାବଦ ଲାଗି ବଜେଟରେ ୧୪ କୋଟି ରଖାଯାଇଛି।

ଏହାବାଦ୍‌ ୧୯୫ ଜଣଙ୍କ ବିମାନ ଟିକେଟ୍‌ ଲାଗି ୩.୫ କୋଟି ଏବଂ ୨୫ ଦିନ ରହଣୀରେ ଭତ୍ତା ଖର୍ଚ୍ଚ ୨.୦୪ କୋଟି ଟଙ୍କା ରହିଛି। ଆଇଓଏର କାର୍ଯ୍ୟନିର୍ବାହୀ କମିଟି (ଇସି) ସଦସ୍ୟ ଏବଂ ମୁଖ୍ୟାଳୟ ଅଧିକାରୀଙ୍କ ଲାଗି ‌ସବୁଠୁ ଅଧିକ ୧୮.୯୦ କୋଟି ଟଙ୍କା ଖର୍ଚ୍ଚ ହେବ। ଇସି ସଦସ୍ୟଙ୍କ ଟିଏ/ଡିଏ ଲାଗି ୮.୪ କୋଟି ରହିଛି। ଆଇଓଏର ସଭାପତି ପିଟି ଉଷା, ବରିଷ୍ଠ ଉପସଭାପତି ଅଜୟ ଏଚ୍‌ ପଟେଲ ଓ କୋଷାଧ୍ୟକ୍ଷ ସହଦେବ ଯାଦବ ଆଦି ୧୨ ଜଣ ସଦସ୍ୟଙ୍କ ପାଇଁ ଏହା ଖର୍ଚ୍ଚ କରାଯିବ। ‌ଇସି ସଦସ୍ୟଙ୍କ ପୁରସ୍କାର ବିତରଣ ଉତ୍ସବ ଓ ମ୍ୟାଚ୍‌ ଟିକେଟ୍‌ ଲାଗି ୧.୨ କୋଟି ହେବ। ଏଥିସହ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଖେଳାଳିଙ୍କୁ ୨ ଲକ୍ଷ ଏବଂ ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button