ଖେଳ ଖବର

ଖେଳକୁ ନେଇ ଟ୍ରୋଲ କରୁଥିବା ସମାଲୋଚକଙ୍କ ମୁହଁ ଚୁପ କରାଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା – Kalinga News

[ad_1]

ନୂଆଦିଲ୍ଲୀ: ଭାରତକୁ ଟି -୨୦ ବିଶ୍ୱକପ ଫାଇନାଲରେ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁଭବ ଆଇପିଏଲ ୨୦୨୪ରେ ଭଲ ନଥିଲା।

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ବିଫଳ ହେବା ପରେ ତାଙ୍କୁ ଲୋ‌କ ଟାର୍ଗେଟ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ପଡ଼ିଆକୁ ଓହ୍ଲାଇଲେ ତାଙ୍କୁ ଲୋକେ ଥଟ୍ଟା ପରିହାସ କରୁଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ ସିଜନ ପାଇଁ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରିଥିଲା। ଏହାପୂର୍ବରୁ ହାର୍ଦ୍ଦିକ ଦୁଇଟି ସିଜନରେ ଗୁଜୁରାଟ ଟାଇଟନ୍ସର କମାଣ୍ଡ ଧରିଥିଲେ। ଏହାକୁ ନେଇ ରୋହିତଙ୍କ ପ୍ରଶଂସକମାନେ କ୍ରୋଧିତ ହୋଇ ହାର୍ଦ୍ଦିକଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ।

ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଗୁଜୁରାଟର ପ୍ରଦର୍ଶନ ଭଲ ନଥିବାବେଳେ ଦଳ ଦଶମ ସ୍ଥାନରେ ରହିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫରେ ବି ସ୍ଥାନ ପାଇ ନଥିଲା।ଏହାକୁ ନେଇ ଅଧିନାୟକ ଭାବରେ ହାର୍ଦ୍ଦିକଙ୍କ ଉପରେ ଅନେକ ପ୍ରଶ୍ନ ଉଠିଥିଲା। କିନ୍ତୁ ହାର୍ଦ୍ଦିକ ଟି -୨୦ ବିଶ୍ୱକପ ଫାଇନାଲରେ ନିଜର ଜବରଦସ୍ତ  ପ୍ରଦର୍ଶନ ଦେଖାଇ ସମାଲୋଚକମାନଙ୍କୁ ଚୁପ୍ କରିଦେଇଛନ୍ତି। ଟି -୨୦ ବିଶ୍ୱକପ ଫାଇନାଲରେ ହାର୍ଦ୍ଦିକ ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ୧୬ରନ କରିବାକୁ ଦେଇ ନଥିଲେ।

ହାର୍ଦ୍ଦିକ କହିଛନ୍ତି, ‘ମୁଁ ସମ୍ମାନରେ ବିଶ୍ୱାସ କରେ। ଯେଉଁମାନେ ମୋତେ ଏକ ପ୍ରତିଶତ ମଧ୍ୟ ଜାଣନ୍ତି ନାହିଁ ସେମାନେ ବି ବହୁତ କିଛି କହିଥିଲେ। ଲୋକେ କ’ଣ କହିଲେ କ’ଣ ନକହିଲେ ମୋତେ ତାହା ବିଶେଷ କିଛି ଫରକ ପକ‌ାଏ ନାହିଁ। କୌଣସି ପ୍ରସଙ୍ଗକୁ ନେଇ ଲୋକେ ଯଦି ସମାଲୋଚନା କରୁଛନ୍ତି ସେଭଳି କ୍ଷେତ୍ରରେ କିଛି କହିବା ଅପେକ୍ଷା  କାମରେ କରି ଦେଖାନ୍ତୁ।

ଆପଣ ଜିତନ୍ତୁ କିମ୍ବା ହାରିଯାଆନ୍ତୁ, ସମ୍ମାନ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ । ପ୍ରଶଂସକ ଏବଂ ସମସ୍ତେ ଭଲ ଭାବରେ ବଞ୍ଚିବା ଶିଖିବା ଆବଶ୍ୟକ । ଆମର ଉତ୍ତମ ଆଚରଣ ରହିବା ଉଚିତ୍। ଭାବୁଛି ଯେଉଁ ଲୋକେମାନେ ମୋତେ ଟ୍ରୋଲ କରୁଥିଲେ ସେମାନେ ଆଜି ଖୁସି ହୋଇ ଯାଇଥିବେ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button