ପ୍ରେମିକାକୁ ହତ୍ୟା କରିବା ପରେ ଜୀବନ ହାରିଲେ ପ୍ରେମିକ – Kalinga News

[ad_1]
ଝାନ୍ସୀ: ପ୍ରେମିକାକୁ ହତ୍ୟା କରିବା ପରେ ଜୀବନ ହାରିଲା ପ୍ରେମିକ | ଜୁନ ୨୩ରେ ଉତ୍ତରପ୍ରଦେଶର ଝାନ୍ସୀରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଏଠାରେ ଜଣେ କନ୍ୟା ବିବାହ ପାଇଁ ସଜେଇ ହେବାକୁ ବିୟୁଟି ପାର୍ଲର ଯାଇଥିବା ବେଳେ ଜଣେ ଯୁବକଙ୍କ ଗୁଳିମାଡ଼ରେ ତାଙ୍କର ଜୀବନ ଚାଲିଯାଇଥିଲା। ଏହି ଘଟଣାର ଏକ ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଥିଲା, ଯେଉଁଥିରେ ଯୁବକ ହତ୍ୟା ପରେ ଖସି ପଳାଉଥିବା ଦେଖାଯାଇଥିଲା। ଘଟଣା ପରେ ପୁଲିସ ଅଭିଯୁକ୍ତକୁ ଖୋଜୁଥିବା ବେଳେ ଆଜି ତାର ମୃତଦେହ ମିଳିଥିବା ଜଣାପଡିଛି |

Sambad is now on WhatsApp
Join and get latest news updates delivered to you via WhatsApp
କୁହାଯାଉଛି ଯେ, ମଧ୍ୟପ୍ରଦେଶର ମୋରେନାସ୍ଥିତ ଏକ ଲଜରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି ଅଭିଯୁକ୍ତ।
ସୂଚନାଯୋଗ୍ୟ, ଜୁନ ୨୩ ତାରିଖ ରାତିରେ ସିପରି ବଜାର ଥାନା ଅଞ୍ଚଳସ୍ଥ ସିଦ୍ଧେଶ୍ବର ନଗରରୁ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା। ମୃତକ କାଜଲଙ୍କ ବିବାହକୁ ଆଉ କିଛି ସମୟ ବାକିଥିବା ବେଳେ ସେ ସଜେଇ ହେବାକୁ ବିୟୁଟି ପାର୍ଲର ଯାଇଥିଲେ। ବିୟୁଟି ପାର୍ଲରରୁ ସଜେଇ ହୋଇ ବାହାରକୁ ବାହାରୁଥିବା ବେଳେ ପ୍ରେମିକ ମୁହଁରେ ଗାମୁଚ୍ଛା ବାନ୍ଧି ହାତରେ ବନ୍ଧୁକ ଧରି କାଜଲଙ୍କ ସାମ୍ନାରେ ଆସି ପହଞ୍ଚି ଯାଇଥିଲା। ଭୟଭୀତ ହୋଇ କାଜଲ ବିୟୁଟି ପାର୍ଲର ଭିତରକୁ ପଶି ଯାଇଥିଲେ। ତାଙ୍କ ପଛେପଛେ ପ୍ରେମିକଜଣକ ପଶି ଯାଇ ସେଠାରେ ହିଁ ତାଙ୍କୁ ଗୁଳି କରି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
[ad_2]