ଅପରାଧ

ଯୌତୁକ ମାଗିବା ମହଙ୍ଗା ପଡ଼ିଲା; କନ୍ୟାଘରକୁ ୫ଲକ୍ଷରୁ ଅଧିକ ଟଙ୍କା ଦେଇ ଫେରିଗଲେ ବରଘର ଲୋକ – Kalinga News

[ad_1]

ନୂଆଦିଲ୍ଲୀ: ବିବାହମଣ୍ଡପରେ ସିନ୍ଦୁର ଦାନ କରିବା ସମୟରେ ବରଙ୍କୁ ବାଇକ ମାଗିବା ମହଙ୍ଗା ପଡ଼ିଛି। ବରର ଏଭଳି ଲୋଭ ଦେଖି କନ୍ୟା ବିବାହ ପାଇଁ ମନା କରି ଦେଇଥିଲେ। ଏହାପରେ ବିବାହରେ ହୋଇଥିବା ଖର୍ଚ୍ଚ ବାବଦକୁ ବରଘର ଲୋକଙ୍କୁ କନ୍ୟାପକ୍ଷଙ୍କୁ ୫ଲକ୍ଷ ଟଙ୍କା ଦେବାକୁ ପଡ଼ିଛି।

ସୂଚନାଯୋଗ୍ୟ, ଗତବୁଧବାର ସନ୍ଧ୍ୟାରେ ୱିଣ୍ଡମଗଞ୍ଜ ନିକଟ ଗରହା ଜିଲ୍ଲାର ସଗମା ବ୍ଲକ ଅନ୍ତର୍ଗତ ମାକ୍ରି ଗ୍ରାମଠାରୁ ୧୮ କିଲୋମିଟର ଦୂରରେ ଥିବା ଭବନାଥପୁର ଅଞ୍ଚଳରେ ଯାଇ ବରଯାତ୍ରୀ  ପହଞ୍ଚି ଯାଇଥିଲା। କନ୍ୟାଘର ଲୋକ ବର ଓ ବରଯାତ୍ରୀଙ୍କୁ ପାଛୋଟି ନେଇ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ବିବାହା ଚାଲିଥିବା ବେଳେ ସିନ୍ଦୁର ଦାନ ପୂର୍ବରୁ ବର ବେଦୀ  ଉପରେ ‌ଯୌତୁକ ବାବଦକୁ କାର ଦ‌ାବି କରିଥିଲେ। ବୁଝାସୁଝା ପରେ ସେ ବାଇକ ଯେମିତି ହେଲେ ନେବେ ବୋଲି ଜିଦ ଧରି ବସିଥିଲେ। ଏହା ଦେଖି କନ୍ୟା ରାଗି ଯାଇ ବିବାହ ପାଇଁ ମନା କରି ଦେଇଥିଲେ।

ଏହି ଘଟଣାପରେ ବର ଓ କନ୍ୟା ଘରଲୋକ କଥାବାର୍ତ୍ତା ହୋଇ ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ବର କିନ୍ତୁ ନିଜ ଜିଦରୁ ଓହରି ନଥିଲେ। ଏହାପରେ କନ୍ୟାଘର ଲୋକ ବିବାହ ପାଇଁ ମନ‌ା କରିବା ସହିତ ବିବାହରେ ଯାହା ଖର୍ଚ୍ଚ ହୋଇଛି ଦେବାକୁ ଦାବି କରିଥିଲେ।  ଏହାପରେ ଗାଁର ପଞ୍ଚାୟତ ବରଘର ଲୋକଙ୍କ ଠାରୁ ୫ଲକ୍ଷ ୧୩ହଜାର ଟଙ୍କା ହାସଲ କରିଥିଲେ। ଏହାପରେ ବରଯାତ୍ରୀ କାନମୁଣ୍ଡ ଆଉଁସି ଘରକୁ ଫେରି ଯାଇଥିଲେ।

 

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button