ରାଜନୀତି

୧୯୭୬ ମସିହା ପରଠାରୁ ପ୍ରଥମ ଥର ହେବ ବାଚସ୍ପତି ନିର୍ବାଚନ: ମୁହାଁମୁହିଁ ହେବେ ଓମ୍‌ ବିର୍ଲା ଓ କେ ସୁରେଶ – Kalinga News

[ad_1]

ନୂଆଦିଲ୍ଲୀ: ଆଜି ଶାସକ ଦଳ ଏନ୍‌ଡିଏ ପ୍ରାର୍ଥୀ ଓମ ବିର୍ଲା ଓ ବିରୋଧୀ ଦଳର କେ ସୁରେଶ ଲୋକସଭାର ବାଚସ୍ପତି ଭାବରେ ନିର୍ବାଚନ ଲଢ଼ିବେ। ୧୯୭୬ ମସିହା ପରଠାରୁ ଏହା ହେବ ପ୍ରଥମ ବାଚସ୍ପତି ନିର୍ବାଚନ। ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମ୍‌ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି କରିବାକୁ ପ୍ରସ୍ତାବ ଦେବେ। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂହ ତ‌ାଙ୍କର ଏହି ପ୍ରସ୍ତାବକୁ ସମର୍ଥନ କରିବେ।

ଉଲ୍ଲେଖଯୋଗ୍ୟ, ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ ବିରୋଧୀ ନିଜ ନିଜର ବାଚସ୍ପତି ପ୍ରାର୍ଥୀ ଚୟନ କରି ସାରିଛନ୍ତି। ମଙ୍ଗଳବାର ଦିନ ଶାସକ  ଏନ୍‌ଡିଏ ବାଚସ୍ପତି ପ୍ରାର୍ଥୀ ଭାବେ ପୁଣି ଥରେ ଓମ ବିର୍ଲାଙ୍କୁ ବାଛିଥିବା ବେଳେ ବିରୋଧୀ ଇଣ୍ଡିଆ ବ୍ଳକ୍‌ କେ ସୁରେଶଙ୍କୁ ତାଙ୍କର ପ୍ରାର୍ଥୀ ଭାବେ ଚୟନ କରିଛି। ଆସନ୍ତାକାଲି ଲୋକସଭାର ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଉଭୟ ଶାସକ ଓ ବିରୋଧୀ ସେମାନଙ୍କ ପ୍ରାର୍ଥୀ ବାଛି ସାରିଛନ୍ତି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ସରକାର ଉପ ବାଚସ୍ପତି ବଦ ବିରୋଧୀ ଇଣ୍ଡିଆ ବ୍ଲକ୍‌କୁ ଦେବାକୁ ରାଜି ନହେବାରୁ କଂ‌ଗ୍ରେସ ୮ ଥର ଧରି ସାଂସଦ ବନିଥିବା କେ ସୁରେଶଙ୍କୁ ନିଜର ବାଚସ୍ପତି ପ୍ରାର୍ଥୀ ଭାବେ ବାଛିଛି। ଶାସକ ଦଳ ପୁଣି ଥରେ ଓମ ବିର୍ଲାଙ୍କୁ ବାଚସ୍ପତି ପଦ ପାଇଁ ବାଛିବା ପରେ ବିରୋଧୀ ଉପ ବାଚସ୍ପତି ପଦ ପାଇଁ ଦାବି କରିଥିଲେ। ମାତ୍ର ଶାସକ ଦଳ ଉପ ବାଚସ୍ପତି ପଦ ପାଇଁ କୌଣସି ନିଶ୍ଚିତତା ପ୍ରଦର୍ଶନ ନକରିବାରୁ ବିରୋଧୀ ପକ୍ଷରୁ ବାଚସ୍ପତି ଆସନ ପାଇଁ ପ୍ରାର୍ଥୀ ବଛାଯାଇଛି।

ଓମ୍‌ ବିଲା ୪୧,୦୦୦ ଭୋଟ୍‌ ମାର୍ଜିନରେ କୋଟା ଲୋକସଭା ଆସନ ଜିତିଛନ୍ତି। ସେହିପରି କେ ସୁରେଶ ଅଷ୍ଟମ ଥର ଲାଗି ସାଂସଦ ବନିଛନ୍ତି। ସେ ପୂର୍ବରୁ ୟୁପିଏ ସରକାରର ଦ୍ବିତୀୟ ପାଳିରେ କେନ୍ଦ୍ର ମନ୍ତ୍ରୀ ରହି ସାରିଛନ୍ତି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button