ରାଜନୀତି

ରୋଚକ ମୋଡ଼ରେ ପାରାଦୀପ ରାଜନୀତି: ଦୁଇ ନବାଗତଙ୍କ ସହ ସମ୍ପଦଙ୍କ ଲଢ଼େଇ – Kalinga News

[ad_1]

ଗୀତାଞ୍ଜଳିଙ୍କ ପାଇଁ ଶ୍ବଶୁରଙ୍କ ଗଡ଼ ବଞ୍ଚାଇବା ଚାଲେଞ୍ଜ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ହେଉଛି ପାରାଦୀପ ନିର୍ବାଚନମଣ୍ଡଳୀ। ଏଠାରେ ପ୍ରତିଦ୍ବନ୍ଦ୍ବିତା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ୩ ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ନିଜନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବିଜେପି ପୁଣି ଦ୍ବିତୀୟଥର ସମ୍ପଦ ସ୍ବାଇଁଙ୍କୁ ନିର୍ବାଚନ ମଇଦାନରେ ଉତାରି ଥିବାବେଳେ ତାଙ୍କ ସାମ୍‌ନାରେ ରହିଥିବା ବିଜେଡିର ଗୀତାଞ୍ଜଳି ରାଉତରାୟ ଓ କଂଗ୍ରେସର ନିରଞ୍ଜନ ନାୟକ ପ୍ରଥମଥର ବିଧାନସଭା ନିର୍ବାଚନ ଲଢୁଛନ୍ତି।

୨୦୦୯ରେ ପାରାଦୀପ ନିର୍ବାଚନମଣ୍ଡଳୀର ପୁନର୍ଗଠନ ହେବା ପରଠାରୁ ଏହା ବିଜେଡି ଅର୍ଥାତ ବରିଷ୍ଠ ନେତା ସ୍ବର୍ଗତ ଦାମୋଦର ରାଉତଙ୍କ ପରିବାର ହାତରେ ରହି ଆସିଛି। ୨୦୦୯ ଓ ୨୦୧୪ ନିର୍ବାଚନରେ ଏଠାରୁ ଦାମୋଦର ରାଉତ ବିଜେଡି ପ୍ରାର୍ଥୀ ଭାବେ ଜିତି ଥିବାବେଳେ ୨୦୧୯ରେ ତାଙ୍କ ପୁଅ ସମ୍ବିତ ରାଉତରାୟ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏଥର ବିଜେଡି ଦାମବାବୁଙ୍କ ବୋହୂ ଅର୍ଥାତ୍‌ ସମ୍ବିତଙ୍କ ପତ୍ନୀ ଗୀତାଞ୍ଜଳିଙ୍କୁ ପ୍ରାର୍ଥୀ କରିଛି। ଶ୍ବଶୁର ଓ ସ୍ବାମୀଙ୍କ ନାମରେ ନିର୍ବାଚନ ଲଢିବାକୁ ଯାଉଥିବା ଗୀତାଞ୍ଜଳିଙ୍କ ପାଇଁ ନିର୍ବାଚନ ଏବେ ସମ୍ମାନର ପ୍ରଶ୍ନ ହୋଇଛି। ଅନ୍ୟପଟେ ବିଜେପି ନିଜର ଭୋଟ ପ୍ରତିଶତ କ୍ରମାଗତ ଭାବେ ବୃଦ୍ଧି କରି ଚାଲିଥିବା ବେଳେ ପୂର୍ବ ନିର୍ବାଚନର ଅଭିଜ୍ଞତା ରଖିଥିବା ସମ୍ପଦ ତାହାକୁ କେତେଦୂର ବିଜୟରେ ପରିଣତ କରି‌ ପାରିବେ, ତାହା ହୁଏତ ଆଗକୁ ସ୍ପଷ୍ଟ ହେବ। ଅନ୍ୟପଟେ ପାରାଦୀପରେ କଂଗ୍ରେସ ସଙ୍ଗଠନକୁ ସମ୍ଭାଳି ଆସିଥିବା ବାପି ସର୍ଖେଲ ନିଜ ପତ୍ନୀଙ୍କ ସହ ନିର୍ବାଚନ ସମୟରେ ଦଳ ଛାଡି ବିଜେଡିରେ ସାମିଲ୍‌ହେବା ପରେ କଂଗ୍ରେସ ତ ସ୍ବାଭାବିକ ଭାବେ ଦୁର୍ବଳ ହୋଇଛି, କିନ୍ତୁ ତାଙ୍କ ଦ୍ବାରା ବିଜେଡି ଅଧିକ ଉପକୃତ ହେବ ବୋଲି ଆକଳନ କରାଯାଉଛି। ଏଭଳି ସ୍ଥିତିରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ନିରଞ୍ଜନ ନାୟକଙ୍କ ପାଇଁ କଂଗ୍ରେସ ଭୋଟ ସୁରକ୍ଷିତ ରଖିବା ବଡ଼ ଚାଲେଞ୍ଜ ହେବ।

ପାରାଦୀପ ନିର୍ବାଚନମଣ୍ଡଳୀ କୁଜଙ୍ଗ ବ୍ଲକ, ପାରାଦୀପ ପୌର ପରିଷଦ ଓ ତିର୍ତ୍ତୋଲ ବ୍ଲକର ୮ଟି ପଞ୍ଚାୟତକୁ ନେଇ ଗଠିତ। ୨୦୦୯ରେ ଦାମ ୬୮ ହଜାର ୮୬୩ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୪ରେ ୮୨ ହଜାର ୨୦୬ ଖଣ୍ଡ ଭୋଟ୍‌ ପାଇ ଜିତିଥିଲେ। ଭୋଟ୍‌ ହାର ଯଥାକ୍ରମେ ୫୩ ଓ ୬୦ ପ୍ରତିଶତ ରହିଥିଲା। ୨୦୧୯ ନିର୍ବାଚନରେ ସମ୍ବିତ କିନ୍ତୁ ୬୯ ହଜାର ୮୭୧ ଭୋଟ୍‌ ପାଇଥିବା ବେଳେ ଭୋଟ ହାର ୪୫ ପ୍ରତିଶତ ରହିଥିଲା। ବିଜେଡିର ଭୋଟ ହାର ୨୦୧୪ ତୁଳନାରେ ୧୫ ପ୍ରତିଶତ କମି ଯାଇଥିଲା। କଂଗ୍ରେସରୁ ଅରିନ୍ଦମ ସାର୍ଖେଲ ପ୍ରାର୍ଥୀ ହୋଇଥିଲା ବେଳେ ୨୦୧୪ ଓ ୨୦୧୯ରେ ଭୋଟ୍‌ ହାର ପ୍ରାୟ ସ୍ଥିର ରହିଥିଲା। ବିଜେପିର ସମ୍ପଦ ସ୍ବାଇଁଙ୍କ ଭୋଟ ହାର କିନ୍ତୁ ଯଥେଷ୍ଟ ବୃଦ୍ଧି ପାଇଥିଲା। ୨୦୧୪ରେ ବିଜେପି ୪ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୨୨ରେ ସମ୍ପଦ ୨୨ ପ୍ରତିଶତ ଭୋଟ ପାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button