ସ୍ୱାସ୍ଥ୍ୟ

90 ବର୍ଷ ବୟସ ପର୍ଯ୍ୟନ୍ତ ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ହେବ ନାହିଁ, କରନ୍ତୁ ଏହି ଚମତ୍କାର ଉପଚାର…

ନମସ୍କାର ବନ୍ଧୁଗଣ ତେବେ ବେଳେବେଳେ କୌଣସି କାରଣ ବିନା ଆମ ମାଂସପେଶୀ ଓ ହାଡରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ । ଆମେ ସେହି ସ୍ଥାନରେ କୌଣସି ଲୋଶନ ବା ସ୍ପ୍ରେ ଲଗାଇ ତାକୁ ଠିକ କରିବାକୁ ଚେଷ୍ଟା କରିଥାଉ । ଏହା ଦ୍ଵାରା କିଛି ସମୟ ପାଇଁ ଆରମ ମିଳିଥାଏ ସତ, କିନ୍ତୁ ପରେ ଆଉ ଥରେ ସେହି ଯନ୍ତ୍ରଣା ଭୋଗିବାକୁ ପଡେ ।

ତେବେ ଏହା ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ଯୋଗୁଁ ହେଉ ଥାଇ ପାରେ । ଆମ ଶରୀର ପାଇଁ କ୍ୟାଲସିୟମ ଏକ ଗୁରୁତ୍ୱପୂର୍ଣ୍ଣ ଖଣିଜ ଅଟେ । ଆମ ଦାନ୍ତ ଓ ହାଡରେ ୯୯ ପ୍ରତିଶତ କ୍ୟାଲସିୟମ ରହିଛି । ଶରୀରରେ କ୍ୟାଲସିୟମର ଅଭାବ ହେଲେ ହାଡ ଦୁର୍ବଳ ହୋଇଯାଏ ଓ ଭାଙ୍ଗିଯିବାର ମଧ୍ୟ ଅଧିକ ସମ୍ଭାବନା ଥାଏ । ତେବେ ଆପଣ ଘରୋଇ ସାମଗ୍ରୀ ବ୍ୟବହାର କରି କିପରି ନିଜ ଶରୀରରେ କ୍ୟାଲସିୟମ ସ୍ତର ବଢାଇ ପାରିବେ ସେହି ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ।

ତେବେ ଏହି ଘରୋଇ ଉପଚାରରେ ଆପଣଙ୍କ ଶରୀରକୁ କୌଣସି କ୍ଷତି ପହଞ୍ଚି ନ ଥାଏ ଏବଂ ଔଷଧ ଠାରୁ ମଧ୍ୟ ଏହା ଆପଣଙ୍କ ଶରୀର ପାଇଁ ଖୁବ ଉପଯୋଗୀ ହୋଇଥାଏ । ଏହାକୁ କେବଳ ଅଳ୍ପ କିଛି ଦିନ ସେବନ କରି ଆପଣ ଶରୀରରେ କ୍ୟାଲସିୟମ ସ୍ତର ବୃଦ୍ଧି କରି ପାରିବେ । ତେବେ ଏହି ଉପାୟ କରିବା ପାଇଁ ଆମକୁ ଆବଶ୍ୟକ ହେବ ଧଳା ରାଶି । ତେବେ ଧଳା ରାଶି ବା ତିଳ ଖୁବ ଭଲ ଘରୋଇ ଉପଚାର ଅଟେ ।

ଗୋଟିଏ ଚାମୁଚ ରାଶିରେ ପ୍ରାୟ ୮୮ ମିଲିଗ୍ରାମ କ୍ୟାଲସିୟମ ଉପଲବ୍ଧ ଥାଏ ଉପଚାର ପ୍ରସ୍ତୁତ କରିବା ପାଇଁ ତିନିରୁ ଚାରି ଚାମୁଚ ରାଶିକୁ ଭଲ ଭାବେ ଭାଜି ଦିଅନ୍ତୁ ଓ ତା ପରେ ଏହାକୁ ଭଲ ଭାବେ ଗ୍ରାଇଣ୍ଡରରେ ଗୁଣ୍ଡ କରି ନିଅନ୍ତୁ । ଏହାକୁ ଆପଣ ସୁପ ବା ସାଲଡରେ ମିଶାଇ ମଧ୍ୟ ଖାଇ ପାରିବେ । ତେବେ ବର୍ତ୍ତମାନ ଏକ ଗିଲାସ ପାଣି ନିଅନ୍ତୁ ସେଥିରେ ଦୁଇ ଚାମଚ ଏହି ଗୁଣ୍ଡ ମିଶେଇ ରାତିରେ ଖାଇ ସାରିବା ପରେ ସେଵନ କରନ୍ତୁ ।

ତେବେ ଏହା ସହ ଆପଣ ଦୁଇ ଚାରୋଟି ଆଲମଣ୍ଡ ନିଅନ୍ତୁ । ତେବେ ଏହାକୁ ଭିଜେଇ ଦିଅନ୍ତୁ । ଆଲମଣ୍ଡ ଭିଟାମିନ ଏବଂ ଖଣିଜବ୍ରଦ୍ୟର ଏକ ଉତ୍ତମ ସ୍ରୋତ । ପ୍ରତିଦିନ ଏହାର ସେବନ ଦ୍ୱାରା କିଛି ମାରାତ୍ମକ ରୋଗରୁ ସୁଫଳ ମିଳିବା ସହିତ ଶରୀରରେ ପୋଷଣର ମାତ୍ରା ଅଧିକ କରିଥାଏ । ରାତି ସାରା ଭିଜା ହୋଇ ରହିଥିବା ବାଦାମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ।

ବାଦାମରେ ଅନାବଶ୍ୟକ ତୈଳ ଅଂଶ ରହିଥାଏ ତେଣୁ ଆପଣ ରାତିସାରା ଏହାକୁ ଭିଜାଇ ରଖିବା ଦ୍ୱାରା ଏହାର ତୈଳ ଅଂଶ କିଛି ପରିମାଣରେ କମ ହୋଇଯାଇଥାଏ ଏବଂ ଏହା ମଧ୍ୟରେ ଭିଟାମିନ ଏବଂ ଏନଜାଇମର ମାତ୍ରା ବୃଦ୍ଧି ପାଇଥାଏ । ତେବେ ସକାଳେ ଏହାର ଚୋପା ବାହାର କରି କ୍ଷୀର ସହ ଆପଣ ଏହି ଆଲମଣ୍ଡ ର ସେବନ କରନ୍ତୁ । ଏହି ଦୁଇଟି ଉପାୟ ଦ୍ୱାରା ଆପଣଙ୍କ ଆଣ୍ଠୁଗଣ୍ଠି ବିନ୍ଧା ଏବଂ କ୍ୟାଲସିୟମ ଅଭାବ ଦୁର ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button