ଆଇପିଏଲ୍-୨୦୨୪: ହାଇଦ୍ରାବାଦ୍କୁ ପରାସ୍ତ କରି କୋଲକାତା ଚାମ୍ପିଅନ୍ – Kalinga News

[ad_1]
ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସ ଚାମ୍ପିଅନ୍ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ୮ ୱିକେଟ୍ରେ ପରାସ୍ତ କରିଛି। ଏଥି ସହିତ କୋଲକାତା ନାଇଟ୍ ରାଇଡର୍ସ ତୃତୀୟ ଥର ଆଇପିଏଲ୍ ଚାମ୍ପିଅନ୍ ହୋଇଛି। କୋଲକାତା ଟିମ୍ ପୂର୍ବରୁ ୨୦୧୨ ଓ ୨୦୧୪ରେ ଚାମ୍ପିଅନ୍ ହୋଇଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
କୋଲକାତା ପାଇଁ ଭେଙ୍କଟେସ୍ ଆୟର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୬ଟି ବଲ୍ ଖେଳି ୪ଟି ଚୌକା ଓ ୩ଟି ଛକା ବଳରେ ଅପରାଜିତ ୫୨ ରନ୍ ସଂଗ୍ରହ କରିଥିଲେ। ସେହିପରି ପ୍ରାରମ୍ଭିକ ବ୍ୟାଟର ରହମାନୁଲ୍ଲା ଗୁରବାଜ ୩୯ ରନ୍ ସଂଗ୍ରହ କରିଥିଲେ। ସେ ୩୨ଟି ବଲ୍ ଖେଳି ୫ଟି ଚୌକା ଓ ୨ଟି ଛକା ମାରିଥିଲେ। ସୁନୀଲ ନାରାୟଣ ୬ ରନ୍ ଓ ଅଧିନାୟକ ଶ୍ରେୟସ ଆୟର ଅପରାଜିତ ୬ ରନ୍ କରିଥିଲେ।
ଫାଇନାଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୧୩ ରନରେ ସୀମିତ ରହିଯାଇଥିଲା । ଫଳରେ କୋଲକାତା ନାଇଟରାଇଡର୍ସ ଆଗରେ ବିଜୟ ପାଇଁ ୧୧୪ ରନର ଲକ୍ଷ୍ୟ ଥିଲା। ଆଇପିଏଲ ଇତିହାସରେ ଏହା ସର୍ବନିମ୍ନ ଫାଇନାଲ ସ୍କୋର ।
ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳ ଆରମ୍ଭରୁ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ଶେଷ ପର୍ଯ୍ୟନ୍ତ ସେଥିରୁ ଉଦ୍ଧାର ପାଇପାରିନଥିଲା । ମାତ୍ର ୬ ରନରେ ଦଳ ନିଜର ଦୁଇ ଓପନର ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ପାଭିଲିୟନ ଫେରିଥିଲେ । ପରବର୍ତ୍ତୀ କୌଣସି ବ୍ୟାଟ୍ସମ୍ୟାନ ଦଳକୁ ବିପର୍ୟ୍ୟୟରୁ ଉଦ୍ଧାର କରିପାରିନଥିଲେ । ଅଧିନାୟକ ପାଟ କମିନ୍ସ ୨୪ ରନ ଓ ଆଇଡେନ ମାର୍କରାମ ୨୦ ରନ କରିଥିଲେ । ନୀତୀଶ ରେଡ୍ଡି ୧୩ ଓ ହେନଲିକ କ୍ଲାସେନ ୧୬ ରନ କରିଥିଲେ ।
କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୩ଟି ଓ୍ବିକେଟ ନେଇଥିବାବେଳେ ହର୍ଷିତ ରାଣା ଓ ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ସୁନୀଲ ନାରାୟଣ, ବୈଭବ ଆରୋରା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
[ad_2]