ବିବାହ ଭୋଜିରେ ଦୁଇଭାଇଙ୍କ ଅନୁପସ୍ଥିତିକୁ ନେଇ ଦୁଃଖୀ ସୋନାକ୍ଷୀ: ସାଙ୍ଗମାନେ ତୁଲାଇଲେ ଭାଇର କାମ – Kalinga News

[ad_1]
ନୂଆଦିଲ୍ଲୀ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ତାଙ୍କ ପ୍ରେମିକ ଜହିର ଇକ୍ବାଲ୍ଙ୍କୁ ବିବାହ କରିସାରିଛନ୍ତି। ତେବେ ସୋନାକ୍ଷୀଙ୍କ ବିବାହରେ ତାଙ୍କର କିଛି ଫ୍ୟାନ୍ସ ଖୁସି ଥିବା ବେଳେ ଆଉ କିଛ ନିରାଶ ଅଛନ୍ତି। କାରଣ ସୋନାକ୍ଷୀ ତାଙ୍କ ବିବାହକୁ ଗୁପ୍ତ ରଖିବା ସହିତ ତାଙ୍କର ମେହେନ୍ଦୀ ଓ ହଳଦୀର କୌଣସି ଫଟୋ ସେ ମିଡ଼ିଆରେ ସେୟାର କରି ନଥିଲେ। ଏଥିସହିତ ସୋନାକ୍ଷୀ ହିନ୍ଦୁ କି ମୁସଲମାନ ପରମ୍ପରାରେ ବିବାହ ନକରି ସଭିଲ ମ୍ୟାରେଜ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସୋନାକ୍ଷୀଙ୍କ ବିବାହ ପରେ ବାପା ଶତ୍ରୁଘ୍ନ ସିହ୍ନା ଓ ମା’ ପୁନମ ସିହ୍ନା ସୋନାକ୍ଷୀ ଓ ଇକ୍ବାଲ୍ଙ୍କୁ ଶୁଭେଚ୍ଛା ଦେବା ସହ ‘ଯୋଡ଼ି ସଲାମତ୍ ରହେ’ ବୋଲି ପ୍ରତିକ୍ରିୟା ଦେଇଛନ୍ତି।
ଏହି କ୍ରମରେ ଦେଖିବାକୁ ଗଲେ ସୋନାକ୍ଷୀଙ୍କ ବିବାହ ଭୋଜିରେ ତାଙ୍କର ଦୁଇଭାଇ ଲବ ଓ କୁଶ ସିହ୍ନାଙ୍କୁ ଦେଖିବାକୁ ମିଳି ନଥିଲା। ଗୋଟିଏ ବୋଲି ଭଉଣୀର ବିବାହାରେ ଦୁଇଭାଇ ସାମିଲ ହୋଇ ନଥିବାକୁ ନେଇ ଲୋକେ ଅନେକ ପ୍ରଶ୍ନ କରି କହିଛନ୍ତି, ‘କେଉଁ କାରଣ ପାଇଁ ଲବ ଓ କୁଶ ସୋନାକ୍ଷୀଙ୍କ ବିବାହରେ ସାମିଲ ହେଲେ ନାହିଁ।’
ବିବାହ ଭୋଜିରେ ଥିବା ଭାଇର କାମକୁ ସୋନାକ୍ଷୀଙ୍କ ସାଙ୍ଗ ଓ ଅଭିନେତା ସାକିବ ସଲମି ତୁଲାଇଥିଲେ। ଏହି ସମୟରେ ସୋନାକ୍ଷୀଙ୍କ ଆଖିରେ ଲୁହ ଭରି ଯାଇଥିଲା। ଏଥିରୁ ଅନୁମାନ କରି ହେଉଛି ନିଜ ବିବାହରେ ସେ ତାଙ୍କ ଦୁଇଭାଇଙ୍କ ଅନୁପସ୍ଥିତିକୁ ନେଇ ଦୁଃଖୀ ଥିଲେ। ମନେମନେ ଲବ ଓ କୁଶଙ୍କୁ ଖୋଜୁଥିଲେ।
[ad_2]