ରାଜ୍ୟ
ବଲାଙ୍ଗୀର କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁୁ
ବଲାଙ୍ଗୀର କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକ ହେଲେ ତୁରେକେଲା ଥାନା ଅଞ୍ଚଳର ଗୁରୁଦେବ ଦୀପ। ଏକ ମାମଲାରେ ସେ ବିଚାରାଧୀନ କଏଦୀ ଭାବେ ବଲାଙ୍ଗୀର କାରାଗାରରେ ଜୀବନ ବିତାଉଥିଲେ।
ଗତ ୧୯ ତାରିଖରେ ତାଙ୍କର ଦେହ ଖରାପ ହେବାରୁ କାରାଗାର କର୍ତ୍ତୃପକ୍ଷ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଗୁରୁଦେବ ଦୀପଙ୍କର ପ୍ରାଣହାନି ଘଟିଛି। ଏନେଇ ବଲାଙ୍ଗୀର କାରାଗାର ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି।
ତେବେ ଗତ ୧୯ ତାରିଖରେ ତାଙ୍କର ଦେହ ଖରାପ ହେବାରୁ କାରାଗାର କର୍ତ୍ତୃପକ୍ଷ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଗୁରୁଦେବ ଦୀପଙ୍କର ପ୍ରାଣହାନି ଘଟିଛି। ଏନେଇ ବଲାଙ୍ଗୀର କାରାଗାର ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି।