ଖେଳ ଖବର

ସେଟ୍‌ଲାଇଟ୍ କପ୍ ହ୍ବିଲ୍‌ଚେୟାର୍‌ ଅସିଚାଳନା: ରାଖାଲ୍‌ଙ୍କୁ ରୌପ୍ୟ – Kalinga News

[ad_1]

ଭୁବନେଶ୍ବର: ଓଡ଼ିଶାର ରାଖାଲ କୁମାର ସେଠୀ ଫ୍ରାନ୍ସରେ ଆୟୋଜିତ ସେଟ୍‌ଲାଇଟ୍‌ କପ୍‌ ହ୍ବିଲ୍‌ଚେୟାର୍‌ ଅସିଚାଳନା ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି। ବ୍ୟକ୍ତିଗତ ଇପିରେ ଭାଗ ନେଇ ରାଖାଲ ପ୍ରଥମ ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ରୌପ୍ୟ ଜିତିବାର ଗୌରବ ପାଇଛନ୍ତି। ରବିବାର ଫାଇନାଲ୍‌ରେ ରାଖାଲ କଡ଼ା ସଂଘର୍ଷ କରି ୬-୧୫ରେ ଫ୍ରାନ୍ସର ଚାର୍ଲଟଙ୍କଠୁ ହାରି ଯାଇଥିଲେ। ସେ ପୁଲରେ ୫ରୁ ୩ ମ୍ୟାଚ୍‌ ଜିତି ପ୍ରିକ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଥିଲେ। ପ୍ରିକ୍ବାର୍ଟରରେ ଏନ୍‌ପିଏର ଆଜହାଗିରିଙ୍କୁ ୧୫-୫, କ୍ବାର୍ଟରଫାଇନାଲ୍‌ରେ ପ୍ରାନ୍ସର ରବିନ ସାର୍ଗେଙ୍କୁ ୧୫-୧୨ ଏବଂ ସେମିଫାଇନାଲ୍‌‌ରେ ଆର୍ଜେଣ୍ଟିନାର କାର୍ଲେସଙ୍କୁ ୧୫-୧୩ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥି‌ଲେ। ଏହି ସଫଳତା ଲାଗି ରାଖାଲଙ୍କୁ ଜାତୀୟ ସଂଘ ସଭାପତି ଜୟରାମ ଚନ୍ଦ୍ରଶେଖର ଓ ଓଡ଼ିଶା ପାରା କ୍ରୀଡ଼ା ସଂଘ ସଭାପତି କମଳାକାନ୍ତ ରଥ, ସମ୍ପାଦକ ଲୋକନାଥ ମହାନ୍ତି ଓ କୋଷାଧକ୍ଷ ସୁନୀଲ ପ୍ରଧାନ, ଓଡ଼ିଶା ହୁଇଲ୍‌ଚେୟାର୍‌ ଅସିଚାଳନା ଚେୟାର ପର୍ସନ ବେଲା ଜୟସ୍ୱାଲ ଅଭିନନ୍ଦନ ଜଣାଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button